ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଜଣାଇଲେ ହୋଲି ଶୁଭେଚ୍ଛା

ଭୁବନେଶ୍ୱର ,ହୋଲି ଅବସରରେ ଆଜି ହୋଲିର ଶୁଭେଚ୍ଛା ଜଣାଇଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ହୋଲି ହେଉଛି ଆନନ୍ଦ, ଉତ୍ସାହ ଏବଂ ଭାଇଚାରାର ପ୍ରତୀକ।
ରଙ୍ଗର ଉତ୍ସବ ଜୀବନରେ ନୂତନ ଆଶା ଓ ସମ୍ଭାବନା ଭରିଦେଉ। ମୋର ଅନୁରୋଧ, ପରିବେଶକୁ ସୁହାଇଲା ଭଳି ପ୍ରାକୃତିକ ଓ ହର୍ବାଲ ରଙ୍ଗ ବ୍ୟବହାର କରନ୍ତୁ।
ନିରାପଦରେ ରହି ଖୁସି ବାଣ୍ଟନ୍ତୁ ଏବଂ ହୋଲିକୁ ଶାନ୍ତିପୂର୍ଣ୍ଣ ଭାବେ, ଉପଭୋଗ କରନ୍ତୁ।
ଅନ୍ୟପଟେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ମଧ୍ୟ ହୋଲି ପର୍ବର ଶୁଭେଚ୍ଛା ଜଣାଇଛନ୍ତି।
ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ, ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।ହୋଲି ଲାଗି ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ।
ପରସ୍ପରକୁ ରଙ୍ଗ ବୋଳି ସମସ୍ତେ ହୋଲି ପର୍ବକ, ବଡ ଧୁମଧାମ ସହକାରେ ପାଳନ କରୁଛନ୍ତି।
ରଙ୍ଗର ଅବିରରେ ରଙ୍ଗୀନ୍ ସମସ୍ତେ । ବିଶେଷକରି ହର୍ବାଲ ହୋଲି ଖେଳିବାକୁ, ସମସ୍ତେ ପସନ୍ଦ କରୁଛନ୍ତି ।
ଏହାସହ କିଛି କିଛି ସ୍ଥାନରେ ଭୋଜିଭାତର, ମଧ୍ୟ ଆୟୋଜନ କରାଯାଇଛି ।




