ଅନ୍ୟାନ୍ୟରାଜନୀତି

ପାଟନା ଛାଡ଼ି ରାଜ୍ୟସଭାକୁ ଯାଉଛନ୍ତି ନୀତିଶ।

ଭୁବନେଶ୍ୱର ,ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭାର ସଦସ୍ୟ ହେବେ। ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହା ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ଯେ ସେ ଏଥର ରାଜ୍ୟସଭା ପାଇଁ ଲଢ଼ିବାକୁ ଚାହୁଁଛନ୍ତି। ଗତକାଲିଠାରୁ ନୀତିଶ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବା ନେଇ ଚର୍ଚ୍ଚା ହେଉଛି। ଏବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଏହା ଘୋଷଣା କରିଛନ୍ତି। ଏହା ନୀତିଶ କୁମାରଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ପଥ ପରିଷ୍କାର କରିଛି, ଯେଉଁ ପଦବୀରେ ସେ ଗତ ୨୧ ବର୍ଷ ଧରି ରହିଆସିଛନ୍ତି। ପାଟନା ଛାଡ଼ି ରାଜ୍ୟସଭାକୁ ଯାଉଛନ୍ତି ନୀତିଶ।  ଏନେଇ ନୀତିଶ ଆଜି,  ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ସେ  ରାଜ୍ୟସଭା ସଦସ୍ୟ ହେବାକୁ ଚାହୁଁଛନ୍ତି ବୋଲି ଲେଖିଛନ୍ତି।  ଆସନ୍ତା ୧୬ ମାର୍ଚ୍ଚରେ ରାଜ୍ୟସଭା ନିର୍ବାଚନ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ଏଭଳି ସ୍ଥଳରେ ବିହାରର, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବାର ସମ୍ଭାବନା ସବୁଠାରୁ ଅଧିକ ରହିଛି। କାରଣ ଗତ ନିର୍ବାଚନରେ ବିହାରରେ ବିଜେପି ୮୯ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା ।

Related Articles

Back to top button