ଜାତୀୟରାଜନୀତି

ରାଜ୍ୟସଭା ଯିବେ ନୀତୀଶ କୁମାର; ଭରିଲେ ନାମାଙ୍କନ

ନୂଆଦିଲ୍ଲୀ ,୦୫/୦୩/୨୦୨୬:: ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ । ରାଜ୍ୟସଭା ଯିବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିଛନ୍ତି ନୀତିଶ । ନୀତୀଶ ରାଜ୍ୟସଭା ଗଲେ, କିଏ ହେବେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଜାରି ରହିଛି ? ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

ବିଜେପି ହାତକୁ ମୁଖ୍ୟମନ୍ତ୍ରୀ ଆସନ ଯାଇପାରେ । ନୀତିଶଙ୍କ ପୁଅ ନିଶାନ୍ତ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଶେଷ ଦିନ । ବିହାରର 10 ଥର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି । ବିଜେପି ଅଧ୍ୟକ୍ଷ ନୀତିନ ନବୀନ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ ।

Related Articles

Back to top button