
ମୋବାଇଲ ନ୍ୟୁଜ 24×7 ; ଗ୍ୟାସ ସିଲିଣ୍ଡର ଦାମ୍ ବଢିବା ଯୋଗୁ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବା ଆରମ୍ଭ ହୋଇଛି । ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବାରୁ ଏହାର ପ୍ରଭାବ ଗ୍ୟାସ ସିଲିଣ୍ଡର ଉପରେ ପଡ଼ିଥିବା କୁହାଯାଉଛି । ଘରୋଇ ସିଲିଣ୍ଡର ପିଛା ୬୦ ଟଙ୍କା ଏବଂ କମର୍ସିଆଲ ସିଲିଣ୍ଡର ପିଛା ୧୧୪ ଟଙ୍କା ବଢିଛି । ଏହାକୁ ନେଇ ବିକ୍ଷୋଭ କରିଛି କଂଗ୍ରେସ । ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଚୂଲି ଜାଳି ପ୍ରତିବାଦ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରିଙ୍କ ଫଟୋ ପୋଡିଛନ୍ତି କର୍ମୀ । ଏ ନେଇ କ’ଣ କହୁଛନ୍ତି ମୀନାକ୍ଷୀ ବାହିନୀପତି ଦେଖନ୍ତୁ –




