ଓଡ଼ିଶା
୧୧ ମାସର ଦରମା ପାଇନାହାନ୍ତି CRP, MBK, ବ୍ୟାଙ୍କ ମିତ୍ର

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; କାମ କରିଛନ୍ତି କିନ୍ତୁ, ପାରିଶ୍ରମିକ ପାଇନାହାନ୍ତି । ମାସେ କି ୨ ମାସ ନୁହେଁ ପ୍ରାୟ ୧ ବର୍ଷର ଦରମା ପଡ଼ିରହିଛି । ଏପରି ଘଟଣା ଦେଖିବାକୁ ମିଳିଛି ସାଲେପୁର ବ୍ଲକ ମହାଜନପୁର ପଞ୍ଚାୟତରେ । ଏହି ପଞ୍ଚାୟତରେ କାର୍ଯ୍ୟରତ CRP, MBK, ବ୍ୟାଙ୍କ ମିତ୍ର ୧୧ ମାସର ଦରମା ପାଇବାରୁ ବଞ୍ଚିତ ହୋଇଥିବାରୁ ଶନିବାର ସାଲେପୁର ପଞ୍ଚାୟତ ସମିତି କାର୍ୟ୍ୟାଳୟରେ ସେମାନେ ବିଡିଓ ଲୋପାମୁଦ୍ରା ନାୟକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଘଟଣା ବାବଦରେ ବି.ଡି.ଓ.ଙ୍କୁ ଅବଗତ କରାଇବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।




