
ନୂଆଦିଲ୍ଲୀ, ୦୭/୦୩/୨୦୨୬:କିଏ ଜିତିବ ଟି-20 ବିଶ୍ୱକପ୍ । ଭାରତ ନା ନ୍ୟୁଜିଲାଣ୍ଡ । ଏହା ତ ରବିବାର ରାତିରେ ଜଣା ପଡିବ । କିନ୍ତୁ ତା ପୂର୍ବରୁ ଆପଣ ଜାଣି ନିଅନ୍ତୁ ଏଥରର ବିଜେତା କେତେ କୋଟି ଟଙ୍କା ପାଇବେ । ଆଇସିସି ବିଜେତାଙ୍କ ଉପରେ କେତେ ଟଙ୍କା ବର୍ଷା କରିବ । କେବଳ ବିଜେତା ନୁହଁନ୍ତି ଉପବିଜେତା ବା ରନର୍ସ ଅପ୍ ଟିମ୍ କେତେ ପାଇବ । ଖାଲି ଓ୍ବିନର ରନର୍ସ ଅପ୍ ନୁହେଁ, ସେମିଫାଇନାଲରେ ପରାଜିତ ଟିମ୍ ଉପରେ ଟଙ୍କାର ବର୍ଷା ହେବ । ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟାଇଟଲ ପାଇଁ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ, କିଏ ଜିତିବ ତା ଉପରେ କ୍ରିକେଟ ଫ୍ୟାନ୍ସଙ୍କର ନଜର ରହିଛି।
କିନ୍ତୁ ଏଥର ଆଇସିସି, ରେକର୍ଡ ବ୍ରେକ୍ ପୁରସ୍କାର ରାଶି ବଣ୍ଟନ କରୁଛି । ରିପୋର୍ଟ ଅନୁଯାୟୀ, ଟି-20 ବିଶ୍ୱକପ୍ ୨୦୨୬ର ୱିନିଂ ଟିମ୍ କୁ ୩ ମିଲିୟନ ଡଲାର ଅର୍ଥାତ ପ୍ରାୟ ୨୭ କୋଟି ୫୦ ଲକ୍ଷ ଟଙ୍କା ମିଳିବ । ସେହିପରି ରନର୍ସ ଅପ୍ ଟିମ ୧.୬ ମିଲିୟନ ଡଲାର, ଅର୍ଥାତ୍ ପ୍ରାୟ ୧୪ କୋଟି ୬୭ ଲକ୍ଷ ଟଙ୍କା ଦିଆଯିବ।
ଯେଉଁ ଦଳ ସେମିଫାଇନାଲରେ ପରାଜିତ ହୋଇଛନ୍ତି ସେମାନଙ୍କୁ ପ୍ରାୟ ୭ କୋଟି ୨୪ ଲକ୍ଷ, ପଞ୍ଚମରୁ ଦ୍ୱାଦଶ ସ୍ଥାନ ଅଧିକାର କରିଥିବା ଟିମ୍ କୁ ପ୍ରାୟ ୩ କୋଟି ୪୮ ଲକ୍ଷ ଏବଂ ୧୩ ରୁ ୨୦ତମ ସ୍ଥାନରେ ଥିବା ଦଳକୁ ପ୍ରାୟ ୨ କୋଟି ୨୯ ଲକ୍ଷ ପୁରସ୍କାର ରାଶି ପ୍ରଦାନ କରାଯିବ। ତେବେ ସମୁଦାୟ ୧୩.୫ ମିଲିୟନ ଡଲାର, ଅର୍ଥାତ୍ ପ୍ରାୟ ୧୨୩ କୋଟି ୭୭ ଲକ୍ଷ ଟଙ୍କା ପୁରସ୍କାର ରାଶି ରଖାଯାଇଛି, ଯାହା ୨୦୨୪ ଟି-୨୦ ବିଶ୍ୱକପ୍ ତୁଳନାରେ ପ୍ରାୟ ୨୦ ପ୍ରତିଶତ ଅଧିକ।




