ଅନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଭୁବନେଶ୍ୱର , ସାରା ବିଶ୍ବରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସଏହାକୁ ବଡ ଧୂମଧାମ ସହକାରେ ପାଳନ କରାଯାଉଛି। ବିଶ୍ୱର ବିଭିନ୍ନ ସଂସ୍ଥା ଓ ଜାତିସଂଘ ନିଜ ନିଜର ଲକ୍ଷ୍ୟ ଅନୁଯାୟୀ ଏହି ଦିବସକୁ ପାଳନ କରୁଛନ୍ତି । ମୁଖ୍ୟ ଅଭିଯାନ ଭାବରେ ଥିମ୍ ରହିଛି ‘ଗିଭ୍ ଟୁ ଗେନ୍’ ଅର୍ଥାତ୍ ‘ଉନ୍ନତି ପାଇଁ ସହଯୋଗ କରନ୍ତୁ’ । ମହିଳାମାନଙ୍କୁ କେବଳ ସାହାଯ୍ୟ କରିବା ନୁହେଁ, ବରଂ ସେମାନଙ୍କ ଉପରେ ନିବେଶ କରିବା ଏହାର ଉଦ୍ଦେଶ୍ୟ ରହିଛି । ଯେତେବେଳେ ଜଣେ ମହିଳା ସଫଳ ହୁଅନ୍ତି, ସେ ନିଜ ସହ ପରିବାର ଓ ପୂରା ସମାଜକୁ ଆଗକୁ ନେଇଥାନ୍ତି। ତେଣୁ ମହିଳାଙ୍କୁ ସହଯୋଗ କରିବା ଅର୍ଥ ହେଉଛି ସମାଜର ମୂଳଦୁଆକୁ ମଜବୁତ କରିବା । ଏହି ଅବସରରେ ଆଜି ବିଏମସି ପକ୍ଷରୁ ” ସମ୍ପୂର୍ଣ୍ଣା ” ମହିଳା ଗଣଦୌଡ ମାଷ୍ଟର କ୍ୟାଣ୍ଟିନ୍ ଠାରେ ଉଦଘାଟିତ ହୋଇଛି। ଅନ୍ୟପଟେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ସମସ୍ତ ମାତୃଶକ୍ତିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଯଦି ଆମେ ମହିଳାଙ୍କୁ ସମୟ, ଶିକ୍ଷା, ପରାମର୍ଶ ଏବଂ ସମ୍ବଳ ଯୋଗାଇ ଦେବା, ତେବେ ଏହା କୌଣସି କ୍ଷତି ନୁହେଁ, ବରଂ ଏଥିରେ ସମାଜର ଲାଭ ହେବ।




