ଅନ୍ତର୍ଜାତୀୟବାଣିଜ୍ୟ

ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆଜି ସୁନା ଦର ହ୍ରାସ

ଭୁବନେଶ୍ୱର ,ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆଜି, ସୁନା ଦର ହ୍ରାସ ପାଇଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୧୯୬୦ ଟଙ୍କା ହ୍ରାସ ପାଇଛି।

୨୪ କ୍ୟାରେଟ ସୁନା ୧୦ ଗ୍ରାମ୍ ପ୍ରତି ଦର ଆଜି ୧ ଲକ୍ଷ ୬୧ ହଜାର ୬୮୦ ଟଙ୍କାରେ ପହଞ୍ଚିଛି।

ଗତକାଲି ଏହି ଦର ୧ ଲକ୍ଷ ୬୩ ହଜାର ୬୪୦ ଟଙ୍କା ଥିଲା। ୧୮ କ୍ୟାରେଟ୍ ସୁନା ଦର ୧୪୭୦ ଟଙ୍କା କମି ୧ ଲକ୍ଷ ୨୧ ହଜାର ୨୬୦ ଟଙ୍କା ହୋଇଛି। ଗତ କାଲି ୧ ଲକ୍ଷ ୨୨ ହଜାର ୭୩୦ ଟଙ୍କା ଥିଲା।

ଅନ୍ୟପଟେ ରୁପା ଦର ଗତ ତିନି ଦିନ ଧରି ସ୍ଥିର ରହିଛି। ରୁପା ଦର ଅପରିବର୍ତ୍ତିତ ରହି, ୨ ଲକ୍ଷ ୯୦ ହଜାର ଟଙ୍କା ହୋଇଛି।ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ୧୮୦୦ ଟଙ୍କା ହ୍ରାସ ପାଇଛି।

୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ଆଜି ୧ ଲକ୍ଷ ୪୮ ହଜାର ୨୦୦ ଟଙ୍କାରେ ପହଞ୍ଚିଛି।

ଗତକାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ଦର ୧ ଲକ୍ଷ ୫୦ ହଜାର ଟଙ୍କା ରହିଥିଲା।

Related Articles

Back to top button