ବାଣିଜ୍ୟ

ଓଡିଶାରେ ପହଁଞ୍ଚିଲେ ଆସିଆନା ଦେଶର ରାଷ୍ଟ୍ରଦୂତ

ଭୁବନେଶ୍ୱର, ୨୬/୧୦/୨୦୨୨-  ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ ଓଡିଶା କନକ୍ଲେଭରେ ଯୋଗଦେବାକୁ ୭ଟିରୁ ଅଧିକ ଦେଶର ପ୍ରତିନିଧି ଏବଂ ରାଷ୍ଟ୍ରଦୂତ ଭୁବନେଶ୍ୱରରେ ବୁଧବାର ପହଞ୍ଚିଛନ୍ତି । ଓଡିଶାକୁ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି କନକ୍ଲେଭ ଏକ ନୂଆ ଉପଲବ୍ଧି ହାସଲ କରିବାକୁ ଯାଉଛି । ଆସୋସିଏସନ ଅଫ୍‍ ସାଉଥ୍‍ ଇଷ୍ଟ ଏସିଆନ ନେସନ୍ସ – ଆସିଆନ୍‍ ର ଏହି ପ୍ରତିନିଧି ଦଳଙ୍କ ମଧ୍ୟରେ ଇଣ୍ଡୋନେସିଆ, ମାଲେସିଆ, ଲାଓସ୍ , ଥାଇଲାଣ୍ଡ , ବ୍ରୁନେଇ, ମିଆଁମାର, ଫିଲିପାଇନ୍ସ ଆଦି ଦେଶର ରାଷ୍ଟ୍ରଦୂତ ଏବଂ କନସୋଲ ଆସିଛନ୍ତି ।

ଏସମସ୍ତ ପ୍ରତିନିଧି ଭୁବନେଶ୍ୱରର ଭିଭାନ୍ତ ହୋଟେଲରେ ଅବସ୍ଥାନ କରୁଛନ୍ତି । ପରବର୍ତ୍ତୀ ସମୟରେ ଭିଏତନାମ୍‌, ସିଙ୍ଗାପୁର ଆଦି ଦେଶର ପ୍ରତିନିଧି ଯୋଗଦେବେ ବୋଲି ଜଣା ପଡିଛି । ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଚଳିତ ୨୬, ୨୭ ଓ ୨୮ ତାରିଖରେ ଭୁବ ନେଶ୍ୱରରେ ମେକ୍‍ ଇନ୍‍ ଓଡ଼ିଶା କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଛି । ୩ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରୋଡ ଶୋରେ ଅନୁଷ୍ଠିତ ହେବ । ଏହି ପ୍ରତିନିଧି ଦଳ ଡେରାସର ସି ଫୁଡ ପ୍ରୋସେସିଙ୍ଗ ପ୍ଲାଣ୍ଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବୁଲି ଦେଖିବେ ।

ପୁରୀ, କୋଣାର୍କ, ରାଜାରାଣୀ ଭଳି ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବେ। ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନାବେଳେ ଓଡ଼ିଶା ଆସି ଭିତ୍ତିଭୂମି ବୁଲି ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଦେଶଗୁଡ଼ିକୁ ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ଆସିଆନାର ଏହି ପ୍ରତିନିଧି ଦଳ ଓଡ଼ିଶା ଆସୁଛନ୍ତି । ରାଜ୍ୟରେ ଏକ୍ସ ପ୍ଲସର ସୁବିଧା ସୁଯୋଗର ଫାଇଦା ନେବାକୁ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଆହ୍ୱାନ ଦେଇଛନ୍ତି । ଓଡ଼ିଶାରେ ପର‌୍ୟ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି, କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଥିବା ନେଇ ରାଷ୍ଟ୍ରଦୂତ ମାନଙ୍କୁ ବୁଝାଇଥିଲେ ନବୀନ । ପ୍ରଥମଥର ପାଇଁ ଆସିଆନ ଦେଶର ରାଷ୍ଟ୍ରଦୂତ ଓଡ଼ିଶା ଆସିବା ନିବେଶ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com