ଅନ୍ତର୍ଜାତୀୟଇରାନ-ଇସ୍ରାଏଲ ଯୁଦ୍ଧଯୁଦ୍ଧ

ପରମାଣୁ ବୋମା ଆଟାକ କରିବ କି ଇରାନ ?

ନୂଆଦିଲ୍ଲୀ,୦୯/୦୩/୨୦୨୬ : ଭୀଷଣ ମହାଯୁଦ୍ଧରେ ନର୍କ ପାଲଟିଛି ମଧ୍ୟ ପ୍ରାଚ୍ୟ । ଚାରିଆଡେ ଭୟଙ୍କର ପରିସ୍ଥିତି । ଇରାନ ଉପରେ ଆମେରିକା ଓ ଇସ୍ରାଇଲ ଦ୍ୱାରା ଘନ ଘନ ମିଶାଇଲ ମାଡ ବେଳେ ଭୟଙ୍କର ପ୍ରତି ଆକ୍ରମଣ କରୁଛି ଇରାନ । ତେବେ ଆହରି ମଧ୍ୟରେ ଏକ ଗୁଜବ ମଧ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଦାବି କରାଯାଉଛି ଇରାନ ପରମାଣୁ ଅସ୍ତ୍ର ତିଆରି କରି ସାରିଛି ଓ ଏହାକୁ ବିଶ୍ୱ ଠାରୁ ଲୁଚାଇ ରଖିଛି। ଗତ କିଛି ଦିନ ତଳେ ଇରାନରେ ହୋଇଥିବା ଭୂମିକମ୍ପ ପରେ ଅନେକସୂତ୍ର ଏ ନେଇ ଦାବି କରୁଛି । ହେଲେ ପ୍ରକୃତରେ ଏହାକୁ ପ୍ରମାଣିତ କରୁଥିବା କୌଣସି ତଥ୍ୟ ନାହିଁ । ଜାତି ସଂଘର ପରମାଣୁ ନିରୀକ୍ଷଣ ସଂସ୍ଥା IAEK ଅନୁଯାୟୀ ଇରାନ ପାଖରେ କେବଳ ୪୪୦ ରୁ ୫୫୦ କିଲୋଗ୍ରାମ ୬୦ % ସମୃଦ୍ଧ ୟୁରାନିୟମ ରହିଛି । ତେବେ ଏକ ପରମାଣୁ ଅସ୍ତ୍ର ତିଆରି କରିବାକୁ ଏହାକୁ ୯୦% ପର୍ଯ୍ୟନ୍ତ ସମୃଦ୍ଧ କରିବାକୁ ପଡିବ ।

ଏହାର ଅର୍ଥ ହେଉଛି ଇରାନ ବୈଷୟିକ ସ୍ତରରେ ଏହାର ବହୁତ ନିକଟତର, ହେଲେ ସେ ଏ ଯାଏ ପରମାଣୁ ଅସ୍ତ୍ର ତିଆରି କରି ନାହିଁ। ଏହାଛଡା ଇରାନ ବାରମ୍ବାର କହିଛି ଏହାର ପରମାଣୁ କାର୍ଯ୍ୟକ୍ରମ ଅସ୍ତ୍ର ପାଇଁ ନୁହେଁ , ଶକ୍ତି ଏବଂ ବେସାମରିକ କାମ ପାଇଁ। ତଥାବି ବିଶେଷଜ୍ଞନଙ୍କ ସବୁଠାରୁ ବଡ ଚିନ୍ତା ଯଦି ବର୍ତ୍ତମାନର ଯୁଦ୍ଧ ଅଧିକ ବୃଦ୍ଧି ପାଏ ତେବେ ଇରାନ ଏହାର ନୀତି ପରିବର୍ତ୍ତନ କରିପାରେ । ଆଉ ମାତ୍ର କିଛି ମାସ ଭିତରେ ବୈଷୟିକ ଅସ୍ତ୍ର ପରମାଣୁ ଭାବରେ ନିର୍ମାଣ କରିପାରେ। ଏହି କାରଣରୁ ଆମେରିକା ଏବଂ ଇସ୍ରାଏଲ ଏବେ ଅତ୍ୟନ୍ତ ଚିନ୍ତିତ । ସାମ୍ପ୍ରତିକ ରିପୋର୍ଟ ସୂଚିତ କରୁଛି ଯେ ଉଭୟ ଦେଶ ଇରାନର ୟୁରାନିୟମ ଭଣ୍ଡାର ଜବତ କରିବ ପାଇଁ ଏକ ସ୍ୱତନ୍ତ୍ର ସାମରିକ ଅଭିଯାନ ବା ସ୍ପେସିଆଲ ଅପରେସନ ବିଷୟରେ ବିଚାର କରୁଛନ୍ତି। ଆଉ ଇରାନ ପାଖରେ ସମୃଦ୍ଧ ଥିବା ୟୁରାନିୟମ ଜବତ ପାଇଁ ସ୍ପେସିଆଲ ଫୋର୍ସ ସହ ଆଲୋଚନା କରାଯାଉଛି ।

Related Articles

Back to top button