
ଭୁବନେଶ୍ୱର ,ହୋଟେଲ ଶିଳ୍ପକୁ ଗ୍ୟାସ ବନ୍ଦ ନକରିବାକୁ କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଦେଲା ଓଡ଼ିଶା ରେଷ୍ଟୁରାଣ୍ଟ ଓ ହୋଲେଲ ସଂଘ ହାରୋ। ହୋଟେଲ ଓ ରେଷ୍ଟୁରାଣ୍ଟରେ ରୋଷେଇ ସମ୍ପୂର୍ଣ୍ଣ ଭାବେ ବ୍ୟବସାୟିକ LPG ସିଲିଣ୍ଡର ଉପରେ ନିର୍ଭର କରେ। ହଠାତ୍ ଯୋଗାଣ ବନ୍ଦ କିମ୍ବା କମିଯିବାରୁ ଖାଦ୍ୟ ପ୍ରସ୍ତୁତି ଓ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି ପରିସ୍ଥିତି ଜାରି ରହିଲେ ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟକୁ ବନ୍ଦ କରିବାକୁ ପଡ଼ିପାରେ। ବୁକିଂ ବାତିଲ ହେବା ସମ୍ଭାବନା ରହିଛି।ଖାଲି ହୋଟେଲ ଇଣ୍ଡଷ୍ଟ୍ରି ନୁହେଁ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବ। ଜରୁରୀ ଭାବରେ ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣକୁ ପୁନରାରମ୍ଭ କରିବାକୁ ଓ ଏହାକୁ ସୁଚାରୁ ଭାବେ ଚାଲୁ ରଖିବାକୁ ସରକାରଙ୍କ ନିକଟରେ ଅନୁରୋଧ କଲା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଓଡିଶା। ଚିନ୍ତାରେ ହୋଟେଲ ଶିଳ୍ପ ବ୍ୟବସାୟ। ଏହା ସହିତ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ଦାବିପତ୍ର।ପୂର୍ବଭଳି ସିଲିଣ୍ଡର ନ ଯୋଗାଇଲେ ହୋଟେଲ ଶିଳ୍ପ ବନ୍ଦ ହୋଇଯିବ ବୋଲି ହାରୋ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଗୋଟିଏ ପଟେ ଗ୍ୟାସ ଏଜେନ୍ସିକୁ କମରସିଆଲ ସିଲିଣ୍ଡର ନଦେବାକୁ ନିର୍ଦ୍ଦେଶ ଦେଉଥିବା ବେଳେ ହୋଟେଲ ଓ ରେଷ୍ଟୁରାଣ୍ଟକୁ କମ ସିଲିଣ୍ଡର ବ୍ୟବହାର କରିବାକୁ କହୁଛନ୍ତି। ଏବେ ଯାହା ଗ୍ୟାସ ୩ ରୁ ୪ ଦିନ ଚାଲିବ।




