ଓଡ଼ିଶାଜାତୀୟସ୍ୱାସ୍ଥ୍ୟ

କରୋନା ଟିକା ଯୋଗୁଁ ହୋଇଥିବା ମୃତ୍ୟୁ ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ କର: ସୁପ୍ରିମ କୋର୍ଟ

 ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ହୋଇଥିବା ଆଘାତ କିମ୍ବା ମୃତ୍ୟୁ ପାଇଁ କ୍ଷତିପୂରଣ ନୀତି ପ୍ରସ୍ତୁତ କର । କେନ୍ଦ୍ର ସରକାରଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । କରୋନା ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ମୃତ୍ୟୁ ବରଣ କରିଥିବା ପୀଡିତଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଆବେଦନରେ ମୃତକଙ୍କ ପାଇଁ କ୍ଷତିପୂରଣ ଦାବି କରାଯାଇଥିଲା । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ସରକାରଙ୍କୁ ଏକ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବା ସହିତ ସମୟ ସମୟରେ ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କିତ ତଥ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି । ଟୀକାକରଣ ପରେ ପାର୍ଶ୍ୱ ପ୍ରତିକ୍ରିୟା ତଦନ୍ତ ପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରିବାକୁ ମନା କରିଛନ୍ତି ସର୍ବୋଚ୍ଚ ଅଦାଲତ ।

Related Articles

Back to top button