ଜାତୀୟ

ବଦଳିଲା ମୋଦୀଙ୍କ ଉଭୟ ଟ୍ୱିଟର ଓ ଫେସବୁକ ପ୍ରୋଫାଇଲ ଫଟୋ

ବଦଳିଲା ମୋଦୀଙ୍କ ଉଭୟ ଟ୍ୱିଟର ଓ ଫେସବୁକ ପ୍ରୋଫାଇଲ ଫଟୋ । ଫଟୋରେ ତ୍ରିରଙ୍ଗା ପତାକା ରଖିଛନ୍ତି ମୋଦୀ । କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି ବରଂ ବିଜେପିର ଅନେକ ନେତୃବୃନ୍ଦ ମଧ୍ୟ ନିଜର ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିଛନ୍ତି । ୨ ଅଗଷ୍ଟରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସୋସିଆଲ ମିଡ଼ିଆ ଡିପିରେ ତ୍ରିରଙ୍ଗା ଫଟୋ ଲଗାଇବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ମନ କି ବାତ୍ କାର୍ଯ୍ୟକ୍ରମରେ ଏନେଇ ଦେଶବାସୀଙ୍କୁ ଅପିଲ କରିଥିଲେ । ସେହିଭଳି ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଆୟୋଜନ ହେବ । ଯେଉଁ ଅଭିଯାନରେ ସମସ୍ତଙ୍କୁ ସାମିଲ ହେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନିଜର ଡିପି ବଦଳାଇବା ସହ ଟ୍ୱିଟରରେ ଲେଖିଛନ୍ତି, ୨ ଅଗଷ୍ଟ ଆମ ପାଇଁ ସ୍ୱତନ୍ତ୍ର ଦିନ, ଯେତେବେଳେ ଆମେ ଆଜାଦୀ କି ଅମୃତ ମହୋତ୍ସବ ପାଳନ କରୁଛୁ । ଦେଶର ପ୍ରତିଟି ଘର ଏବେ ହର ଘର ତ୍ରିରଙ୍ଗା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ମୁଁ ମୋର ପ୍ରୋଫାଇଲ ଫଟୋ ବଦଳାଇଛି । ଅନ୍ୟମାନେ ମଧ୍ୟ ନିଜର ପ୍ରୋଫାଇଲ ବଦଳାନ୍ତୁ ବୋଲି ମୋଦୀ ଅପିଲ୍ କରିଛନ୍ତି । ଏହାଛଡା ମୋଦୀ ତ୍ରିରଙ୍ଗାର ନିର୍ମାତା ପିଙ୍ଗଲି ଭେଙ୍କୟାଙ୍କୁ ମଧ୍ୟ ଜନ୍ମବାର୍ଷିକୀରେ ମନେ ପକାଇଛନ୍ତି । ଦେଶକୁ ତ୍ରିରଙ୍ଗା ଭେଟି ଦେଇଥିବାରୁ ଭେଙ୍କୟାଙ୍କ ନିକଟରେ ଦେଶବାସୀ ସବୁବେଳେ ଋଣୀ ରହିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com