Featuredଜାତୀୟରାଜନୀତି

କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ଖପ୍ପା

କଲେଜିୟମ ସିଷ୍ଟମ ପ୍ରସଙ୍ଗରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ମନ୍ତବ୍ୟକୁ ନେଇ ଖପ୍ପା ସୁପ୍ରିମକୋର୍ଟ । ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବିବୃତିକୁ ସମାଲୋଚନା କରିଛନ୍ତି କୋର୍ଟ । କଲେଜିୟମ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେବା ଅନୁଚିତ ଥିଲା ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଏହା ସହ ଉଚ୍ଚବିଚାର ବିଭାଗରେ ନିଯୁକ୍ତିରେ ବିଳମ୍ବ ପ୍ରସଙ୍ଗ ନେଇ ମଧ୍ୟ ଉତକ୍ଷିପ୍ତ ହୋଇଛନ୍ତି କୋର୍ଟ । କୋର୍ଟ କହିଛନ୍ତି- ଉଚ୍ଚ ପଦବୀରେ ଥାଇ ଏପରି ବିବୃତି ଦେବା ଅଶୋଭନୀୟ । ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ତାଙ୍କୁ ବିଶେଷ ଗୁରୁତ୍ବ ଦିଆଯାଉ ନଥିବା ନେଇ ଅସନ୍ତୁଷ୍ଟ ଥିବା ମନ୍ତ୍ରୀ ରିଜିଜୁ ନିଯୁକ୍ତିର ତରିକା ତଥା କଲୋଜିୟମକୁ ସମାଲୋଚନା କରିଥିଲେ । ୧୯୯୧ ପୂର୍ବରୁ ସମସ୍ତ ବିଚାରପତିଙ୍କୁ ସରକାର ନିଯୁକ୍ତି ଦେଉଥିବାବେଳେ ପରେ କୋର୍ଟଙ୍କ ଏକ ରାୟ ଅନୁସାରେ କଲେଜିୟମ ବ୍ୟବସ୍ଥା ଲାଗୁ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com