Breaking NewsFeaturedରାଜନୀତି

ବାଲେଶ୍ୱରରୁ ଲଢିବେନି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ! ଜାଣନ୍ତୁ ରହସ୍ୟ ।

ପାଖେଇ ଆସିଲାଣି ୨୦୨୪ ନିର୍ବାଚନ । ଓଡିଶାରେ ହେବ ଉଭୟ ଲୋକସଭା ଓ ରାଜ୍ୟସଭା ଇଲେକସନ । ଏନେଇ କିଏ କେଉଁଠୁ ପ୍ରାର୍ଥୀ ହେବ, ତାକୁ ନେଇ ଚର୍ଚ୍ଚା ଜୋର । ସେପଟେ ଆଗାମୀ ଦିନରେ ଓଡିଶାର ୨ କେନ୍ଦ୍ରମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟସଭା କାର୍ଯ୍ୟକାଳ ଅବଧି ଶେଷ ହେବାକୁ ଯାଉଛି । ଏହି ଦୁଇ ନେତା ୨୪ ଲୋକସଭା ନିର୍ବାଚନ ଲଢିବେ ବୋଲି ଖବର ଆସିଛି । ଏହାରି ଭିତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ କଟକ ଲୋକସଭା ଆସନରୁ ଫିଲ୍ଡିଂ କରାଯାଇପାରେ ବୋଲି ଚର୍ଚ୍ଚା । ଏପରିକି ଅଶ୍ୱିନ କଟକରୁ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ରବିବାର ଆଠଗଡରେ ଦେଇଥିବା ରେଳମନ୍ତ୍ରୀଙ୍କ ବୟାନ । ଶୁଣନ୍ତୁ କଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ।
ତେବେ କଟକରୁ ଲଢିବା ନେଇ ରେଳମନ୍ତ୍ରୀ କହିଛନ୍ତି କି ଯେ ସେ ଦଳର ଶୃଙ୍ଖଳିତ କର୍ମୀ, ଦଳ ତାଙ୍କୁ ଯାହା ଦାୟିତ୍ୱ ଦେବ ସେ ତୁଲାଇବେ । ନିକଟରେ ଦଳ ମଧ୍ୟ ମଧ୍ୟପ୍ରଦେଶ ଦାୟିତ୍ୱ ଦେଇଥିଲା ସେ ତାକୁ ନିଷ୍ଠାର ସହ ତୁଲାଇଛନ୍ତି । ଏଠାରେ କହିରଖୁଛୁ ଯେ, ପୂର୍ବରୁ ଚର୍ଚ୍ଚା ହେଉଥିଲା ବାଲେଶ୍ୱର ନହେଲେ କଟକରୁ ଲଢିବେ ଅଶ୍ୱିନୀ । କାରଣ ଏହି ୨ଜିଲ୍ଲା ଥିଲା ତାଙ୍କର କର୍ମ ଭୂମି । ଅର୍ଥାତ କଟକ ଓ ବାଲେଶ୍ୱରର ଜିଲ୍ଲାପାଳ ରହିଥିଲେ ଅଶ୍ୱିନ ବୈଷ୍ଣବ । ୨୦୦୧ରୁ ୨୦୦୩ଯାଏ କଟକ ଜିଲ୍ଲାପାଳ ଭାବେ କାମ କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ । ଏଠାରୁ ସେ ଶିଖିଛନ୍ତି ଭାଇଚାରା । ତେଣୁ ସେ କଟକବାସୀଙ୍କ ପାଇଁ ଏବେ ଭାଇ ପାଲଟିଯାଇଛନ୍ତି । ୨୦୨୩ରୁ ସେ ଲଗାତାର କଟକ ଗସ୍ତରେ ଆସୁଛନ୍ତି । ତେଣୁ ଏବେ କୁହାଯାଉଛି ବୈଷ୍ଣବଙ୍କ ପାଇଁ କଟକ ଆସନ ଫାଇନାଲ ହୋଇଛି । ଆଉ ଏହି ଚର୍ଚ୍ଚାକୁ ଆଉ ଟିକେ ତଡକା ଲଗାଇଛି ଅଶ୍ୱିନଙ୍କ ମାରାଥନ କଟକ ଗସ୍ତ କାର୍ଯ୍ୟକ୍ରମ । କଟକ ସଂସଦୀୟ କ୍ଷେତ୍ରରେ ଆସୁଥିବା ଆଠଗଡ, ବଡମ୍ବା ଓ ନଂରସିହପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଆଗାମୀ ଦିନରେ ଜଣାପଡିବ ବାସ୍ତବରେ କେଉଁ ଆସନରୁ ଲଢିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ।

Related Articles

Back to top button
WP Twitter Auto Publish Powered By : XYZScripts.com