Featuredଓଡ଼ିଶା

ପଶ୍ଚିମ ଓଡ଼ିଶା କୃଷି ମେଳା-୨୦୨୩ ଉଦ୍‌ଘାଟିତ: ଚାଷ କାର୍ଯ୍ୟରେ ଯନ୍ତ୍ରପାତିର ବ୍ୟବହାର ପାଇଁ କୃଷକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: କୃଷି ଯାନ୍ତ୍ରିକୀକରଣ ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶୁକ୍ରବାର ସମ୍ବଲପୁରଠାରେ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ପଶ୍ଚିମ ଓଡ଼ିଶା କୃଷିମେଳାର ଉଦ୍‌ଘାଟନୀ ଉତ୍ସବରେ ଭିଡ଼ିଓ ବାର୍ତ୍ତାରେ
କୃଷକମାନଙ୍କୁଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର କୃଷି ଓ କୃଷକ ସମାଜର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସଂପୂର୍ଣ୍ଣ ପ୍ରତିବଦ୍ଧ ଏବଂ ଏହା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟ ସରକାର ‘କାଳିଆ’ ଓ ‘ବଳରାମ’ ଯୋଜନା ଏବଂ ମଲେଟ୍‌ ମିଶନ ପରି ଯୋଜନା ପ୍ରଣୟନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କୃଷକମାନଙ୍କର ଉଦ୍ୟମକୁ ପ୍ରଶଂସା କରି କହିଛନ୍ତି ଯେ ସେମାନଙ୍କର ମୂଲ୍ୟବାନ ଅବଦାନ ଯୋଗୁ ଓଡ଼ିଶାକୁ ନିୟମିତ ବ୍ୟବଧାନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାର ମିଳିଛି । ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ପ୍ରତି ଦୃଷ୍ଟିଭଙ୍ଗୀ କେନ୍ଦ୍ରୀଭୂତ କରାଯାଇଛି । ବିଗତ ୨୦ ବର୍ଷରେ ରାଜ୍ୟ କୃଷି ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରାଜ୍ୟ ମାଛ, ପ୍ରାଣୀପାଳନ ଓ ଅଣ୍ଡା ଉତ୍ପାଦନରେ ପ୍ରାୟ ଆତ୍ମନିର୍ଭର ହୋଇପାରିଛି ।

୨୦୦୦-୦୧ରେ ଖାଦ୍ୟଶସ୍ୟ ଉତ୍ପାଦନ ୫୫.୩୫ ଲକ୍ଷ ମେଟି୍ରକ୍‌ ଟନରୁ ୧୬୦ ପ୍ରତିଶତ ବୃଦ୍ଧି ପାଇ ୨୦୨-୨୧ ବର୍ଷରେ ୧୩୦.୨୯ ଲକ୍ଷ ମେଟି୍ରକ୍‌ ଟନରେ ପହଞ୍ଚିଛି । ସେହିପରି ତୈଳବୀଜ ୫୮ ପ୍ରତିଶତ, ଡାଲିଜାତୀୟ ଶସ୍ୟ ୬୬ ପ୍ରତିଶତ ଏବଂ ପନିପରିବା ଉତ୍ପାଦନ ୬୭ ପ୍ରତିଶତ ବୃଦ୍ଧି ପାଇଛି । ମାଛ ଉତ୍ପାଦନ ଗତ ୨୦ ବର୍ଷରେ ୯ ଲକ୍ଷ ୯୦ ହଜାର ମେଟି୍ରକ୍‌ ଟନକୁ ବୃଦ୍ଧି ପାଇଛି । ଦେଶରେ ମାଛ ଉତ୍ପାଦନରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି । ରାଜ୍ୟ ସରକାର ଚାଷ ଜମି ଉପରେ ବନ୍ୟାର ପ୍ରଭାବକୁ ହ୍ରାସ କରିବା ପାଇଁ ୨୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି ଏବଂ ପଶ୍ଚିମ ଓଡ଼ିଶା ଏଥିରୁ ବହୁଳ ଭାବେ ଲାଭବାନ ହେବ ବୋଲି ମନ୍ତ୍ରୀ କହିଥିଲେ ।

ଉତ୍ସବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତି୍ରପାଠୀ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ
କୃଷକ ମେଳା ଆୟୋଜନ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ କୃଷି ମେଳା ସମ୍ବଲପୁରଠାରେ ଆୟୋଜିତ ହେଉଛି । ରାଜ୍ୟ ଅର୍ଥନୀତିର ୨୦ ପ୍ରତିଶତ କୃଷି କ୍ଷେତ୍ରର ଅବଦାନ । ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକ କୃଷି ଉପରେ ନିର୍ଭରଶୀଳ । କୃଷକମାନଙ୍କର ଆୟବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି । କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଅଧିକ ବ୍ୟବସାୟିକରଣ ଏବଂ ବଜାର ସଂଯୋଗ ଉପରେ ଧ୍ୟାନ ଦେବା ଆବଶ୍ୟକ । ଏଥି ସହିତ ସେମାନେ କୃଷି କ୍ଷେତ୍ରରେ ଉଦ୍ୟମିତାକୁ ଆପଣାଇବାର ଆବଶ୍ୟକତା ରହିଛି । କୃଷକ ସମାଜର ଅନେକ ଯୁବକ କୃଷି ବ୍ୟବସାୟ ପ୍ରତି ଆଗ୍ରହ ପ୍ରଦର୍ଶନ କରୁଛନ୍ତି। ରାଜ୍ୟ ସରକାର ଯନ୍ତ୍ରପାତି କ୍ରୟରେ ୭୫ ପ୍ରତିଶତ ସବ୍‌ସିଡ଼ି ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ ଚାଷୀମାନେ ଏହି ଯୋଜନାର ଲାଭ ଉଠାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ଅଧ୍ୟକ୍ଷ କୁମୁଦିନୀ ନାୟକଙ୍କ ସମେତ ବହୁ ଚାଷୀ ଏବଂ ଶିଳ୍ପାନୁଷ୍ଠାନର ପ୍ରତିନିଧି ଯୋଗଦେଇଥିଲେ ।

କୃଷି ମେଳାରେ କୃଷି ଯନ୍ତ୍ରପାତି, ମିଲେଟସ୍‌, ହସ୍ତତନ୍ତ, ହସ୍ତଶିଳ୍ପର ୧୦୦ରୁ ଊଦ୍ଧ୍ୱର୍ ଷ୍ଟଲ ଖୋଲାଯାଇଛି । ଏଥି
ସହିତ ଭାରି ଯନ୍ତ୍ରପାତିର କାର୍ଯ୍ୟକାରିତାର ଲାଇଭ ପ୍ରଦର୍ଶନ କରାଯାଉଛି । ଉତ୍ସବରେ ପଶ୍ଚିମ ଓଡ଼ିଶାର ୫ ଜଣ ଅଗ୍ରଣୀ ଚାଷୀଙ୍କୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ସମ୍ବର୍ଦ୍ଧିତ କରାଯାଇଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com