ଓଡ଼ିଶା

ଦୁଇଟି ଜୀବନ ବଞ୍ଚାଇଲେ ୫ ବର୍ଷର ଶିଶୁ

ଭୁବନେଶ୍ୱର, ୧୪/୦୭/୨୦୨୨- ୫ ବର୍ଷର ଶିଶୁ ବଞ୍ଚାଇଲେ ଦୁଇଟି ଜୀବନ । ବ୍ରେନ୍ ଡେଡ୍ ପରେ କିଡ୍‌ନୀ ଦାନ କଲେ ପରିବାର । ଜଗତସିଂହପୁର ବାଲିକୁଦା ବ୍ଲକ ଈଶ୍ୱରପୁର ଗାଁର ୫ ବର୍ଷର ଶିଶୁ ସୁଧାଂଶୁଙ୍କ ବ୍ରେନ୍ ଡେଡ୍ ପରେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ ତାଙ୍କ ବାପା ମାଆ । ପୁଅର ୨ଟି ଯାକ କିଡନି ଦାନ କରିଥିଲେ । ନିଜେ ଆରପାରିକୁ ଚାଲିଗଲେ କିନ୍ତୁ ବଞ୍ଚାଇଲେ ଦୁଇ ଦୁଇଟି ଜୀବନ । ଦୁଇଟି କିଡନୀରୁ ଗୋଟିଏ କଟକର ଜଣେ ୩୨ ବର୍ଷୀୟ ଯୁବକ ଏବଂ ଭୁବନେଶ୍ୱରର ଜଣେ ୫୨ ବର୍ଷୀୟା ମହିଳାଙ୍କ ଶରୀରରେ ପ୍ରତିରୋପଣ ହୋଇଛି । ଏଭଳି ପ୍ରତିରୋପଣ ଓଡ଼ିଶାରେ ବିରଳ । ସଫଳତାର ସହ ଏହାକୁ ସମ୍ପନ୍ନ କରିଛନ୍ତି ଡାକ୍ତର ସମୀରନ ଦାସ ଅଧିକାରୀ ଓ ତାଙ୍କ ଟିମ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com