ଓଡ଼ିଶା

ବାବୁସାନ-ତୃପ୍ତି-ପ୍ରକୃତି ବିବାଦ : ଚେନ୍ନାଇରୁ ଫେରିବା ପରେ ପ୍ରଥମ ଥର ଗଣମାଧ୍ୟମକୁ ଭେଟିଲେ ବାବୁସାନ୍

ଭୁବନେଶ୍ୱର, ୨୮/୦୭/୨୦୨୨ – ଚେନ୍ନାଇରୁ ଫେରିବା ପରେ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି ବାବୁସାନ୍ । ଗୁରୁବାର ସେ ତାଙ୍କ ଘର ବାଲକୋନୀକୁ ଆସି ଗଣମାଧ୍ୟମକୁ ଭେଟିଛନ୍ତି । ଯଦିଓ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି, ତେବେ ଏତିକି କହିଛନ୍ତି ଯେ -ଠିକ୍ ସମୟରେ ଠିକ୍ ଜିନିଷ କହିବେ ।

ବାବୁସାନଙ୍କ ସହ ତାଙ୍କ ମାଆ ଅପରାଜିତା ମଧ୍ୟ ରହିଥିଲେ । ଦେହ ଭଲ ନଥିବାରୁ ଦୁହେଁ ଘରେ ରହିବେ ବୋଲି କହିଥିଲେ ଅପରାଜିତା ।  ପତ୍ନୀ ତୃପ୍ତିଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତାଙ୍କ ବିରୋଧରେ ଆଇପିସି ୪୯୮(ଏ) ଓ ୫୦୬ ଦଫା ଲଗାଇ ମାମଲା ରୁଜୁ କରିଥିବାବେଳେ ବୁଧବାର ବାବୁସାନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।

ସେପଟେ ବାବୁସାନ୍, ତୃପ୍ତି ଓ ପ୍ରକୃତି ବିବାଦ ସାମ୍ନାକୁ ଆସିବା ପରେ ଖାରବେଳନଗର ଥାନାରେ ଏତଲା ଦେଇଛି କଳିଙ୍ଗ ସେନା । ଯେଉଁଥିରେ ବଲିଉଡ ଭଳି ଓଲିଉଡରେ ନିଶା କାରବାର ବଢିବାରେ ଲାଗିଛି ବୋଲି କୁହାଯାଇଛି। ବଲିଉଡରେ ସୁଶାନ୍ତ ସିଂହ ରାଜପୁତଙ୍କ ପରି ଦୁଃଖଦ ଘଟଣାର ଓଡ଼ିଶାରେ ଯେପରି ପୁନରାବୃତ୍ତି ନହୁଏ ତାହା ମଧ୍ୟ କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com