ଅନ୍ତର୍ଜାତୀୟଯୁଦ୍ଧ

ଇରାନ-ଆମେରିକା ଯୁଦ୍ଧ: ନାକେଦମ ହେଲେଣି ଟ୍ରମ୍ପ, ଇରାନ ମୁଣ୍ଡରେ କାହାର ହାତ?

ୱାଶିଂଟନ/ତେହେରାନ, ୧୦/୦୩/୨୦୨୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳା ବାଦଲ ଘୋଟି ଆସିଥିବା ବେଳେ ଏବେ ସବୁଠାରୁ ବଡ଼ ଚର୍ଚ୍ଚା ହେଉଛି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ। ନିଜକୁ ଶାନ୍ତିଦୂତ ଓ ଶକ୍ତିଶାଳୀ ପ୍ରଶାସକ କହୁଥିବା ଟ୍ରମ୍ପ ଏବେ ଇରାନର ପ୍ରତିଆକ୍ରମଣ ଏବଂ ବିଶ୍ୱ ବଜାରରେ ତୈଳ ଦରର ଅସ୍ଥିରତା ଯୋଗୁଁ ‘ନାକରେ କାନ୍ଦିଲେଣି’। ଇରାନ ଏବଂ ଆମେରିକା ମଧ୍ୟରେ ‘କର ବା ମର’ ସ୍ଥିତି ଉପୁଜିଥିବା ବେଳେ ଟ୍ରମ୍ପଙ୍କ ପାଇଁ ଏବେ ରଣନୈତିକ ସଙ୍କଟ ବଢ଼ିବାରେ ଲାଗିଛି।

ବିଶ୍ୱବ୍ୟାପୀ ଏବେ ଗୋଟିଏ ପ୍ରଶ୍ନ ଉଠୁଛି, ଇରାନ ଏତେ ସାହସ ପାଉଛି କେଉଁଠୁ? ବିଶେଷଜ୍ଞଙ୍କ ମତରେ ପରଦା ପଛରେ ରହି ଯୁଦ୍ଧର ମାନଚିତ୍ର ବଦଳାଉଛି ଚୀନ୍ (China)। ଚୀନ୍ ବାହାରକୁ ନିରବ ଦେଖାଯାଉଥିଲେ ମଧ୍ୟ ବାସ୍ତବରେ ଏହା ଇରାନର ସବୁଠାରୁ ବଡ଼ ସାଥୀ। ଇରାନକୁ ଗୁପ୍ତଚର ତଥ୍ୟଠାରୁ ଆରମ୍ଭ କରି ସାମରିକ ଓ ମୋଟା ଅଙ୍କର ଆର୍ଥିକ ସହାୟତା ପଛରେ ଚୀନର ପ୍ରମୁଖ ଭୂମିକା ରହିଛି।

୨୦୨୧ ମସିହାରେ ଚୀନ୍ ଓ ଇରାନ ମଧ୍ୟରେ ୨୫ ବର୍ଷ ପାଇଁ ହୋଇଥିବା ୪୦୦ ବିଲିୟନ ଡଲାରର ଚୁକ୍ତି ଏବେ ଆମେରିକାର ନିଦ ହଜାଇ ଦେଇଛି। ଏହି ଚୁକ୍ତି ଅନୁସାରେ ଚୀନ୍, ଇରାନର ବ୍ୟାଙ୍କିଙ୍ଗ ଓ ଟେଲିଯୋଗାଯୋଗ କ୍ଷେତ୍ରରେ ବିପୁଳ ନିବେଶ କରିବା ସହ AI ଆଧାରିତ ନିରୀକ୍ଷଣ ବ୍ୟବସ୍ଥା  ମଧ୍ୟ ଯୋଗାଇଛି। ଇରାନର ଘାତକ ଦ୍ରୋନ୍ ଏବଂ କ୍ଷେପଣାସ୍ତ୍ରରେ ଚୀନର ପ୍ରଯୁକ୍ତିବିଦ୍ୟା ବ୍ୟବହାର ହେଉଥିବା ରିପୋର୍ଟ ଟ୍ରମ୍ପଙ୍କୁ ଅଡୁଆରେ ପକାଇଛି।

ଚୀନର ମୋଟ ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୫୫% ମଧ୍ୟପ୍ରାଚ୍ୟରୁ ଆସେ, ଯେଉଁଥିରୁ ୧୩% କେବଳ ଇରାନ ଯୋଗାଇଥାଏ। ଏହା ବ୍ୟତୀତ ‘ହାରମୁଜ ପ୍ରଣାଳୀ’  ଉପରେ ଇରାନର ନିୟନ୍ତ୍ରଣ ଥିବାରୁ ଚୀନ୍ ସିଧାସଳଖ ଯୁଦ୍ଧକୁ ନଓହ୍ଲାଇଲେ ବି ପଛରେ ରହି ଇରାନକୁ ଶକ୍ତିଶାଳୀ କରୁଛି। ଯୁଦ୍ଧର ଏହି ନୂଆ ମୋଡ଼ରେ ଟ୍ରମ୍ପ ଏବେ ନିଜକୁ ଅସହାୟ ମନେ କରୁଛନ୍ତି।

Related Articles

Back to top button