ତୈଳ ସଂରକ୍ଷଣ ପାଇଁ ଅନେକ କଠୋର ପଦକ୍ଷେପ ଘୋଷଣା

ଭୁବନେଶ୍ୱର ,ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପାକିସ୍ତାନ ପାଇଁ ବଡ ବିପର୍ଯ୍ୟୟ ପାଲଟିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦେଶର ତୈଳ ସଂରକ୍ଷଣ ପାଇଁ ଅନେକ କଠୋର ପଦକ୍ଷେପ ଘୋଷଣା କରିଛନ୍ତି । ତେଲ ଏବଂ ଗ୍ୟାସ୍ ପାଇଁ ଉପସାଗରୀୟ ଦେଶମାନଙ୍କ ଉପରେ, ନିର୍ଭରଶୀଳ ଥିବା ପାକିସ୍ତାନ ସରକାର ପେଟ୍ରୋଲ ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ଫଳରେ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ, ଲମ୍ବା ଲାଇନ ଲାଗିଛି । ତେଲ ଅଭାବବରୁ ସରକାର ଦୁଇ ସପ୍ତାହ ପାଇଁ ସ୍କୁଲ ବନ୍ଦ କରିବାକୁ, ମଧ୍ୟ ଘୋଷଣା କରିଛନ୍ତି । ବ୍ୟାଙ୍କ ବ୍ୟତୀତ ସରକାରୀ କାର୍ଯ୍ୟାଳୟଗୁଡ଼ିକ ସପ୍ତାହରେ କେବଳ ଚାରି ଦିନ କାମ କରିବ। ଅଧା କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲଗୁଡ଼ିକୁ ଦୁଇ ସପ୍ତାହ ପାଇଁ ବନ୍ଦ ରଖାଯାଇଛି। ଦୁଇ ସପ୍ତାହ ପରେ, ଅନଲାଇନ୍ରେ, କ୍ଲାସ୍ କରାଯିବ। ବୈଠକରେ ସରକାରୀ କର୍ମଚାରୀଙ୍କ ଦରମା ଦୁଇ ମାସ ପାଇଁ, ୨୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ନୂତନ ଉପକରଣ କ୍ରୟ ବନ୍ଦ କରାଯିବ ଏବଂ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯିବ। ଶାହବାଜ ସରିଫ କହିଛନ୍ତି, କେବଳ ଜାତୀୟ ସ୍ୱାର୍ଥ ପାଇଁ ଅତ୍ୟାବଶ୍ୟକ ଯାତ୍ରାକୁ ଅନୁମତି ଦିଆଯିବ । ଅନଲାଇନ୍ ବୈଠକକୁ ପ୍ରାଥମିକତା ଦିଆଯିବ।




