ଇଛାମୃତ୍ୟୁ ପ୍ରଦାନ ବେଳେ ଭାବପ୍ରବଣ ହେଲେ ଜଜ୍, ଦେଶରେ ଆସିବ ନିଷ୍କ୍ରିୟ ଇଛାମୃତ୍ୟୁ ଆଇନ୍

ନୂଆଦିଲ୍ଲୀ,୧୧/୦୩/୨୦୨୬: ଦେଶର ପ୍ରଥମ ଇଛାମୃତ୍ୟୁକୁ ଅନୁମତି ପ୍ରଦାନ କରିଛନ୍ତି ଦେଶର ସର୍ବୋଚ ନ୍ୟାୟାଳୟ । ଜଣେ ବୃଦ୍ଧ ବାପାମାଙ୍କ ଆବେଦନକୁ ଅତି ସମ୍ବେଦନଶୀଳତାର ସହ ଗ୍ରହଣ କରି ସୁପ୍ରିମ୍ କୋର୍ଟ ଏପିରି ଇଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଏପରି ଇଚାମୃତ୍ୟୁ ରାୟ ଶୁଣାଇବା ବେଳେ ସୁପ୍ରିମ୍ କୋର୍ଟର ବିଚାରପତି ବି ଅତ୍ୟନ୍ତ ଭାବପ୍ରବଣ ହୋଇ ପଡିଥିଲେ ।
କୋର୍ଟ ନିଜ ରାୟ ଶୁଣାଇ କହିଛନ୍ତି ହିରଶଙ୍କୁ ଦିଲ୍ଲୀ ଏମ୍ସରେ ଇଛା ମୃତ୍ୟୁ ପ୍ରଦାନ କରାଯିବ । ତାଙ୍କ ଶରୀରରେ ଲାଗିଥିବା ଲାଇଫ୍ ସପୋର୍ଟ ସିଷ୍ଟମ କାଢି ଦିଆଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ । ସେ ନିଷ୍କ୍ରିୟ ମୃତ୍ୟୁରେ ଯିବେ । ଏହା ସହ ଦେଶରେ ନିଷ୍କ୍ରିୟ ଇଛାମୃତ୍ୟୁ ଆଇନ୍ ଆଣିବାକୁ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରମ୍ କୋର୍ଟ ।
ହରିଶ୍ ରାଣା ନାମକ ୩୧ ବର୍ଷୀୟ ଯୁବକ ଗତ ୧୩ ବର୍ଷ ହେଲା କୋମାରେ ଅଛନ୍ତି । ସେ ଦିଲ୍ଲୀର ବାସିନ୍ଦା, ପଂଜାବ ବିଶ୍ବ ବିଦ୍ୟାଳୟର ଛାତ୍ର ଥିଲେ । ନିଜ ଘର ୪ ମହଲା ଉପରୁ ତଳକୁ ଖସି ପଡିଥିଲେ । ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେଲେ । କିନ୍ତୁ କୋମାକୁ ଚାଲି ଯାଇଥଲେ । ୨୦୧୩ ମସିହାରୁ ହରିଶ ଏଯାଏଁ କୋମାରେ ରହିଛନ୍ତି ।
ଲାଇଫ୍ ସପୋର୍ଟ ସିଷ୍ଟମରେ ଘରେ ରହୁଛନ୍ତି । ବୁଢା ବାପା ତାଙ୍କର ଏହି କଷ୍ଟ ସହି ପାରୁ ନାହାନ୍ତି । ଏପରିକି ହରିଶଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ତାଙ୍କର ଜୀବିତ ଆଶା କ୍ଷୀର୍ଣ୍ଣ । ଫଳରେ ହରିଶଙ୍କ ବାପାମା ପୁଅର ଇଛାମୃତ୍ୟୁ ପାଇଁ ସୁପ୍ରିମ୍ କୋର୍ଟରେ ଆବେଦନ କିରଥିଲେ । ଏହା ଦେଶର ପ୍ରଥମ ଇଛା ମୃତ୍ୟୁ ଘଟଣା ହେବାକୁ ଯାଉଛି ।




