
ଭୁବନେଶ୍ୱର,ବିଜୁ ଜନତା ଦଳ ସହ ଦୀର୍ଘ ଦିନର ସଂପର୍କ ଛିନ୍ନ କରିଛନ୍ତି ବାଲେଶ୍ବର ବିଜେଡିର ଟାଣୁଆ ନେତା ତଥା ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ସେପଟେ ବିଜେପିରେ ଯୋଗ ଦେବା ପାଇଁ ବାଲେଶ୍ବରରୁ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି ରବୀନ୍ଦ୍ର ଜେନାଙ୍କ ସମର୍ଥକ। ଗତ କାଲି ରବୀନ୍ଦ୍ର ଜେନା ବିଜେଡି ଛାଡ଼ିବା ପରେ ଆଜି ତାଙ୍କର ବାଲେଶ୍ବର ଜିଲ୍ଲାରେ ଥିବା ବିଭିନ୍ନ ନିର୍ବାଚନ ମଣ୍ଡଳିର ସମର୍ଥକ ଓ ନେତୃବୃନ୍ଦ ମାନେ ବିଜେପିରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେବେ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ରବୀନ୍ଦ୍ର। ବାଲେଶ୍ବର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ବି ଥିଲେ ରବୀନ୍ଦ୍ର ଜେନା। ରବୀନ୍ଦ୍ର ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ମିଶିବା ସମ୍ଭାବନା ରହିଛି। ୨୦୧୪ ଲୋକସଭା ନିର୍ବାଚନରେ ସେ ବିଜେଡି ଟିକେଟରେ ବାଲେଶ୍ବର ଲୋକସଭା ଆସନରୁ ଜିତିଥିଲେ।ଦଳରୁ କେବଳ ରବୀନ୍ଦ୍ର ଜେନା ଇସ୍ତଫା ଦେଇନାହାଁନ୍ତି, ତାଙ୍କ ସମର୍ଥକ ତଥା ବସ୍ତା ବ୍ଲକ ଅଧ୍ୟକ୍ଷା ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳୀ ଦାସ ଇସ୍ତଫା ଦେଇଥିବା କହିଛନ୍ତି। ୨୦୨୨ ପଞ୍ଚାୟତ ନିର୍ବାଚନରେ ବସ୍ତା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ଅଞ୍ଜଳୀ।




