ଜାତୀୟ

 ଭାରତୀୟ ତୈଳ କମ୍ପାନୀକୁ ହର୍ମୁଜ ଜଳପଥ ଦେଇ ଆସିବାକୁ ଅନୁମତି ଦେଲା ଇରାନ

ନୂଆଦିଲ୍ଲୀ: ହର୍ମୁଜ ଜଳପଥ ଦେଇ ଭାରତୀୟ ଟ୍ୟାଙ୍କର ଆସିପାରିବ । ଏ ନେଇ ଅନୁମତି ଦେଇଛନ୍ତି ଇରାନ ସରକାର । ଇରାନଙ୍କ ପ୍ରତିପକ୍ଷଙ୍କ ସହ ଜୟଶଙ୍କରଙ୍କ ଆଲୋଚନା ପରେ ଅନୁମତି ମିଳିଲା । ଆମେରିକା, ଇସ୍ରାଏଲ, ୟୁରୋପ ପାଇଁ କଟକଣା ବଳତ୍ତର ରହିବ ।ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କ ଇରାନୀ ପ୍ରତିପକ୍ଷ ଆବାସ ଆରାଘିଚଙ୍କ ମଧ୍ୟରେ ଆଲୋଚନା ପରେ ଇରାନ ଭାରତୀୟ ତୈଳ ଟ୍ୟାଙ୍କରଗୁଡିକୁ ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଅନୁମତି ଦେଇଛି ।

ପଶ୍ଚିମ ଏସିଆରେ ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଦେଇ ସାମୁଦ୍ରିକ ପରିବହନ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଥିବାରୁ ଏହି ପଦକ୍ଷେପ ନିଆଯାଇଛି । ମଧ୍ୟପ୍ରାଚ୍ୟରେ ବଢୁଥିବା ସଂଘର୍ଷ ମଧ୍ୟରେ ଜୟଶଙ୍କର ମାର୍ଚ୍ଚ ୧୦ ତାରିଖରେ ତାଙ୍କର ଇରାନୀ ପ୍ରତିପକ୍ଷଙ୍କ ସହ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଥିଲେ । ଏବଂ ସଂଘର୍ଷ ଗସ୍ତ ଅଞ୍ଚଳର ବିକାଶ ଉପରେ ଦୁଇ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିଲା । ଉଭୟେ ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ । ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ଏହା ଦୁଇ ନେତାଙ୍କ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ଥିଲା ।

Related Articles

Back to top button