
ଭୁବନେଶ୍ୱର,ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ, ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।ରାଜଧାନୀ ଭୁବନେଶ୍ୱରରେ ବଢିଲା ପେଟ୍ରୋଲ-ଡିଜେଲ୍ ଦର । ସେପଟେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ଶହ ଶହ ଗ୍ରାହକ ଭିଡ ଦେଖିବାକୁ ମିଳୁଛି ।ନିଜର ଗାଡିରେ ତେଲ ପକାଇବା ପେଟ୍ରୋଲ ପମ୍ପରେ ଜଣେ ଜଣେ ଏକ ଘଣ୍ଟାରୁ ଦୁଇ ଘଣ୍ଟା ଧରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ଲୋକେ ନିଜର ଗାଡିରେ ତେଲ ଫୁଲ କରି ରଖିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ତେଲର କୌଣସି ଅଭାବ ନାହିଁ ବୋଲି, ପେଟ୍ରୋଲ ପମ୍ପ ମାଲିକ କହୁଥିବା ବେଳେ, ଆଜି ରାଜ୍ୟରେ ପେଟ୍ରୋଲ-ଡିଜେଲ୍ ଦାମ ବଢିଥିବା ଦେଖିବାକୁ ମିଳିଛି ।ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧.୧୯ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨.୭୭ ପଇସା ରହିଛି । ଯାହା ଗତକାଲି ତୁଳନାରେ ଲିଟର ପିଛା 22 ପଇସା ବଢିଥିବା ଦେଖିବାକୁ ମିଳିଛି ।ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୭ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୫୦ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୦.୦୩ ଟଙ୍କା ରହିଛି…. କୋଲକାତାରେ ପେଟ୍ରୋଲ ଦର, ୧୦୫.୪୧ ଟଙ୍କା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୦୨ ପଇସା ରହିଛି ।




