
ଭୁବନେଶ୍ୱର, ୧୬ ମାର୍ଚ୍ଚ ୨୦୨୬: ରାଜ୍ୟସଭା ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡି ଶିବିରରେ ହଲଚଲ। ବିଜେଡିର ଅଧିକୃତ ଏଜେଣ୍ଟ ତଥା ବିଧାୟକ ପ୍ରତାପ ଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦଳର ମୋଟ ୮ ଜଣ ବିଧାୟକ ହୁଇପ୍ ଉଲ୍ଲଙ୍ଘନ କରି କ୍ରସ ଭୋଟିଂ କରିଛନ୍ତି। ଏହି କ୍ରସ ଭୋଟିଂ ଯୋଗୁଁ ବିରୋଧୀ ମେଣ୍ଟର ସମୀକରଣ ବିଗିଡ଼ି ଯାଇଥିବା ବେଳେ ଦିଲୀପ ରାୟ ବିଜୟୀ ହୋଇଛନ୍ତି।
କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ତାଲିକା:
ପ୍ରତାପ ଦେବଙ୍କ ସୂଚନା ଅନୁଯାୟୀ, ନିମ୍ନଲିଖିତ ୮ ଜଣ ନେତା ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଭୋଟ୍ ଦେଇଛନ୍ତି:୧. ସନାତନ ମହାକୁଡ଼
୨. ଅରବିନ୍ଦ ଢାଲି
୩. ଚକ୍ରମଣି କାହ୍ନର
୪. ସୁବାସିନୀ ଜେନା
୫. ସୌଭିକ ବିଶ୍ୱାଳ
୬. ନବ କିଶୋର ମଲ୍ଲିକ
୭. ରମାକାନ୍ତ ଭୋଇ
୮. ଦେବୀ ରଞ୍ଜନ ତ୍ରିପାଠୀ




