
ଭୁବନେଶ୍ୱର ,ଲିଭର ଆମ ଶରୀରର ଏକ ଅତ୍ୟନ୍ତ ଦରକାରୀ ଅଙ୍ଗ । ଯାହା ପଚନ ପ୍ରକ୍ରିୟା, ମେଟାବଲିଜମ୍ ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଏହା ରକ୍ତକୁ ପରିଶୋଧନ କରିବା, ବ୍ଲଡ୍ ସୁଗର ସନ୍ତୁଳିତ ରଖିବା ଓ ଆବଶ୍ୟକ ପ୍ରୋଟିନ୍ ତିଆରି କରିବାରେ ସାହାଯ୍ୟ କରେ। ଯେତେବେଳେ ଲିଭର ଦୁର୍ବଳ କିମ୍ବା ଖରାପ ହେବା ଆରମ୍ଭ କରେ, ସେତେବେଳେ ଶରୀରରେ ବିଷାକ୍ତ ପଦାର୍ଥ ସଞ୍ଚୟ ହେବା ଆରମ୍ଭ ହୁଏ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ।ଲିଭର ସମସ୍ୟା ବଢ଼ିଲେ ଶରୀରରେ, ତରଳ ପଦାର୍ଥ ସଞ୍ଚୟ ହେବା ଆରମ୍ଭ କରେ। ବିଶେଷକରି ଲିଭର୍ ସିରୋସିସରେ ରକ୍ତରେ ପ୍ରୋଟିନ୍ କମିଯାଏ। ଏହାର ପରିଣାମରେ ତରଳ ପଦାର୍ଥ ପାଦରେ ସଞ୍ଚୟ ହୋଇ ଗୋଡ ଓ ଗୋଇଠି ଫୁଲିବା ଦେଖାଯାଏ।ଅନେକ ସମୟରେ ଏହା ଫୁଲିବା ଦ୍ଵାରା କୌଣସି ଯନ୍ତ୍ରଣା ଦେଖାଯାଇନଥାଏ । ଯେଉଁଥିପାଇଁ ଲୋକମାନେ ଏହାକୁ ସାଧାରଣତଃ କ୍ଲାନ୍ତି ବୋଲି ଭାବନ୍ତି। କିନ୍ତୁ ଦୀର୍ଘ ସମୟ ଧରି ଏହି ଫୁଲା ରହିଲେ, ଡାକ୍ତରଙ୍କୁ ଦେଖାଇବା ଆବଶ୍ୟକ।ଲିଭର ଖରାପ ହେଲେ ଶରୀରରେ Bilirubin ର ପରିମାଣ ବଢ଼ିଯାଏ। ଏହି କାରଣରୁ ଚର୍ମ ପୀତବର୍ଣ୍ଣ ହୋଇପାରେ। ଏହି ପ୍ରଭାବ କେବଳ ଆଖି କିମ୍ବା ମୁହଁରେ ନୁହେଁ, ପାଦର ଚର୍ମରେ ମଧ୍ୟ ଦେଖାଯାଇପାରେ।ଆଜିକାଲିର ଦ୍ରୁତ ଜୀବନଶୈଳୀ, ଅନିୟମିତ ଖାଦ୍ୟ ଅଭ୍ୟାସ ଏବଂ ଜଙ୍କ ଫୁଡ୍ ଉପରେ ବଢ଼ୁଥିବା ନିର୍ଭରଶୀଳତାରେ, ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ଧୀରେ ଧୀରେ ଏହାର ପ୍ରଭାବ ସହିବାକୁ ଆରମ୍ଭ କରନ୍ତି।




