ଓଡ଼ିଶାରାଜନୀତିସ୍ୱାସ୍ଥ୍ୟ

ବିଧାନସଭାରେ SCB ମେଡିକାଲ ନିଆଁ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଷଷ୍ଠ ଦିନର ଗୃହକାର୍ଯ୍ୟରେ ଅଚଳାବସ୍ଥା ଦେଖାଦେଇଛି । କଟକ ବଡ଼ ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡ ଏବଂ ରୋଗୀ ମୃତ୍ୟୁକୁ ନେଇ ସରକାରଙ୍କୁ ଘେରିଛନ୍ତି ୨ ବିରୋଧୀ ବିଜେଡି ଏବଂ କଂଗ୍ରେସ । ମଙ୍ଗଳବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ୨ ବିରୋଧୀ ପ୍ଲା କାର୍ଡ ଏବଂ ବ୍ୟାନର ଧରି ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ନାରାବାଜି କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଥିଲେ ୨ ବିରୋଧୀ  । ସେହିପରି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଥିଲା କଂଗ୍ରେସ । ପୁନର୍ବାର ଦିନ ୧୨ଟାରେ ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ସମାନ ପରିସ୍ଥିତି ଉପୁଜିଥିଲା । କିନ୍ତୁ ଏହା ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରୀ ବଡ ମେଡିକାଲରେ ଘଟିଥିବା ଅଘଟଣରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଉତ୍ତର ଉପସ୍ଥାପନ କରିଥିଲେ ।

 

Related Articles

Back to top button