ଓଡ଼ିଶା

ମରଣଯନ୍ତା ପାଲଟିଛି NH ୫୫, ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ: ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୫୫ । ରାଜପଥ କାମ ସଂପ୍ରସାରଣରେ ବିଳମ୍ବ ଯୋଗୁ ସମସ୍ୟା ଭୋଗୁଛନ୍ତି ଜନସାଧାରଣ । ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଢେଙ୍କାନାଳ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ମନମାନି ବିରୋଧରେ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ବନ୍ଦ ରହିଛି ଦୋକାନ ବଜାର ଓ ଗାଡ଼ି ଚଳାଚଳ । ସକାଳ ୭ଟାରୁ ୯ ପର୍ଯ୍ୟନ୍ତ ରେଳ ରୋକ କରାଯିବ । ବନ୍ଦ ପାଳନକୁ ସମର୍ଥନ କରିଛି ଶିଳ୍ପ ବାଣିଜ୍ୟ ପ୍ରତିଷ୍ଠାନ ।

ସମସ୍ତ ଗାଡ଼ି ଚଳାଚଳ ଅପରାହ୍ନ ୨ଟା ଯାଏ ବନ୍ଦ ରଖାଯିବ ବୋଲି ଜିଲ୍ଲା ଘରୋଇ ବସ ଓ ଟ୍ରକ ମାଲିକ ସଂଘ ନିଷ୍ପତ୍ତି ନେଇଛି । ସମସ୍ତ ସରକାରୀ କାର୍ଯ୍ୟଳୟ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି ସଂଘ । ଜାତୀୟ ରାଜପଥ ପ୍ରାଧିକରଣ କାର୍ଯ୍ୟାଳୟ ଘେରାଉ କରି ଜବାବ ମାଗିବ ସଂଘ । ଅଭିଯୋଗ ଅନୁସାରେ, ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଅଧାରେ ଅଟକିଛି । ଫଳରେ ଦୀର୍ଘ ମାସ ଧରି କଟକ ମଙ୍ଗୁଳିଠାରୁ ଅନୁଗୁଳ ଯାଏ ରାସ୍ତା ମରଣଯନ୍ତା ପାଲଟିଛି । ଏନେଇ ବାରମ୍ବାର ପ୍ରତିବାଦ ପରେ ବି କୌଣସି ସମାଧାନ ହୋଇପାରୁନି ।

Related Articles

Back to top button
WP Twitter Auto Publish Powered By : XYZScripts.com