ଓଡ଼ିଶାମୌସୁମୀ

୩ ଘଣ୍ଟା ପାଇଁ ୫ ଜିଲ୍ଲାକୁ ୱାର୍ଣ୍ଣିଂ

  ଭୁବନେଶ୍ୱର , ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ କିଛିଦିନ ହେଲା ଜାରି ରହିଛି ଏଭଳି  ମେଘୁଆ ପାଗ ।         ଆସନ୍ତା ୩ ଘଣ୍ଟା ପାଇଁ ୫ ଜିଲ୍ଲା- ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼କୁ ଜାରି ହୋଇଛି ୱାର୍ଣ୍ଣିଂ । ସେହିପରି ଆଜି ଆଉ ୫ ଜିଲ୍ଲା କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବରର କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ । ସେହିଭଳି ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହୋଇପାରେ ଅଦିନିଆ ଝଡ଼ । ୧୯ ଓ ୨୦ ତାରିଖରେ ମଧ୍ୟ ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି ।   ଆସନ୍ତା ୨୦ ତାରିଖ ଯାଏଁ ବିଭିନ୍ନ ଜାଗାରେ, କାଳବୈଶାଖୀ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର।

Related Articles

Back to top button