Uncategorized

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ମହାବିଶ୍ରାମ ଦିବସ: ନାଲ୍‌କୋ ଛକସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ମହାବିଶ୍ରାମ ଦିବସ ଅବସରରେ ଆଜି ରାଜଧାନୀର ନାଲ୍‌କୋ ଛକସ୍ଥିତ ତାଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି କବିଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଥିବା ଅମୂଲ୍ୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍ସବରେ ନରେନ୍ଦ୍ର ମିଶ୍ର, ଇନ୍ଦ୍ରମଣି ତ୍ରିପାଠୀ, ଶୁକଦେବ ମେହେର, ଆଲୋକ ମହାନ୍ତି, ଆଶୁତୋଷ ମେହେର ଏବଂ ସୁଶୀଲ ବାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇ କବିଙ୍କ ଜୀବନୀ ଓ ଆଦର୍ଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଶିଷ୍ଟ ସମାଜସେବୀ ଦିଲ୍ଲୀପ ଦାଶଶର୍ମା ସଭା ପରିଚାଳନା କରିଥିବା ବେଳେ ପରିଶେଷରେ ମିହିର ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Back to top button