ଅନ୍ୟାନ୍ୟଓଡ଼ିଶା

ଗ୍ରାମବାସୀମାନେ କୌଣସି ଜାତିଗତ କଥା ଉଠାଇନଥିଲେ।

ଭୁବନେଶ୍ୱର,  ରାଜନଗର ଘଡ଼ିଆମାଳ ନୂଆଗାଁ ମବାସୀମାନେ ସେମାନଙ୍କ ନିଜସ୍ୱ ଅଙ୍ଗନବାଡି କେନ୍ଦ୍ର ନ ଥିବା , ବିଶେଷକରି ବ୍ରାହ୍ମଣି ନଦୀ କୂଳରେ ସେମାନେ ବସବାସ କରୁଥିବାରୁ, ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଜମିଜମା , ଗାଁ ରେ ରାସ୍ତାଘାଟ ନଥିବା ଓ ବିଧବା ଭର୍ତ୍ତା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ସେମାନେ ଆସନ୍ତା ସୋମବାର ଠାରୁ ନିୟମିତ ଭାବରେ, ତାଙ୍କ ପିଲାମାନଙ୍କୁ ଛାଡ଼ିବା ଓ ଖାଦ୍ୟ ଖାଇବା ଓ ଶୁଖିଲା ଖାଦ୍ୟ ନେବା ପାଇଁ ପ୍ରତିଜ୍ଞା କରିଥିଲେ। ଘଡ଼ିଆମାଳ ନୂଆଗାଁ ଅଙ୍ଗନବାଡି କେନ୍ଦ୍ର ବିବାଦ ଘଟଣା। ରାଜ୍ୟ ମହିଳା କମିଶନ ସଦସ୍ୟା ଡକ୍ତର କଳ୍ପନା ମଲ୍ଲିକ, ଶିଶୁ ସୁରକ୍ଷା ଆୟକର ସଦସ୍ୟା ସୁଜାତା ନାୟକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଏଡିଏମଓ ନବକିଶୋର ଜେନା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ,ବିଜୟ କେତନ ସାହୁ, ପଞ୍ଚାୟତ ସମିତି ଅଧକ୍ଷା ପ୍ରତିଭା ପାତ୍ର, ଘଡିଆମାଳ ପଞ୍ଚାୟତ ସରପଞ୍ଚ ଶୈଳେନ୍ଦ୍ର ମିଶ୍ର ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରିବା ପାଇଁ ପାଲା ପରିବେଷଣ କରାଯାଇଥିଲା ।ରାଜ୍ୟ ମହିଳା କମିଶନ ସଦସ୍ୟା ଡାକ୍ତର କଳ୍ପନା ମଲ୍ଲିକ କହିଛନ୍ତି ଗାଁ ଲୋକଙ୍କ ଆଲୋଚନା ସମୟରେ, ଗ୍ରାମବାସୀମାନେ କୌଣସି ଜାତିଗତ କଥା ଉଠାଇନଥିଲେ। ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଉତଥାପନ କରିଥିଲେ । ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ସୁଜାତା ନାୟକ କହିଛନ୍ତି ଶିଶୁ ମାନଙ୍କର ଅଧିକାରରୁ କେହି ବଞ୍ଚିତ କରିପାରିବେନାହିଁ । ସେନେଇ ଲୋକମାନଙ୍କୁ ବୁଝାଇବା ପରେ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ଛାଡ଼ିବା ପାଇଁ ସହମତି ହୋଇଛନ୍ତି ।

Related Articles

Back to top button