ଅନ୍ୟାନ୍ୟଓଡ଼ିଶା

ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର , ମହାଶିବରାତ୍ରୀ ହେଉଛି ଅନ୍ଧକାର ଉପରେ ଆଲୋକ ଏବଂ ଶକ୍ତିର ବିଜୟ । ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ, ସାଂସ୍କୃତିକ ମଞ୍ଚରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଯେ ଓଡ଼ିଆ ସଂସ୍କୃତିର ମୂଳ ଧାରା ହେଉଛି ଜଗନ୍ନାଥ ଉପାସନା, ଶୈବ ଉପାସନା ଓ ଶକ୍ତି ଉପାସନା। ଏକ ପଟେ ଶ୍ରୀଜଗନ୍ନାଥ ମନ୍ଦିର ଓ ଅନ୍ୟ ପଟେ ଲିଙ୍ଗରାଜ ମନ୍ଦିର ଓଡ଼ିଆ ଆଧ୍ୟାତ୍ମିକତାର ଦୁଇଟି ମୁଖ୍ୟ କେନ୍ଦ୍ରବିନ୍ଦୁ। ଲିଙ୍ଗରାଜ ମନ୍ଦିରର ପିନାକ ଚିହ୍ନ ଏହାର ବିଶିଷ୍ଟ ପରମ୍ପରାର ପ୍ରତୀକ ବୋଲି ସେ କହିଥିଲେ ଏବଂ ମହାଦୀପ ଦର୍ଶନର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରିଥିଲେ।ମହାଶିବରାତ୍ରୀ ଅବସରରେ ସେ ସମସ୍ତଙ୍କୁ ମହାଦେବଙ୍କ ଆଶୀର୍ବାଦ ଲାଭ ପାଇଁ ଭକ୍ତିଭାବର ସହ ଆରାଧନା କରିବାକୁ ନିବେଦନ କରିଥିଲେ। ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନିତିକାନ୍ତି ସୁରୁଖୁରୁରେ ସମାପନ କରିଥିବାରୁ ସେବାୟତ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।ଏହି ଅବସରରେ ବାଚସ୍ପତି ଶ୍ରୀମତି ସୁରମା ପାଢ଼ୀ ପବିତ୍ର ଶିବରାତ୍ରୀ ଅବସରରେ, ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ସମସ୍ତଙ୍କ ଜୀବନରେ ଉନ୍ନତିର ପଥ ଉନ୍ମୁକ୍ତ କରୁ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପର୍ନ୍ନ ହୋଇଥିବାରୁ ସେବାୟତ ଓ ପ୍ରଶାସନକୁ ଧନ୍ୟବାଦ୍ ଦେଇଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ କଣ୍ଠଶିଳ୍ପୀ ନୀତିନ ମୁକେଶ ଓ ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖୀୟ ଅବଦାନ ରଖିଥିବା ବ୍ୟକ୍ତି, ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Related Articles

Back to top button