ଅନ୍ୟାନ୍ୟକ୍ରୀଡ଼ା

୬୧ ରନରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ ।

 ଭୁବନେଶ୍ୱର , T-20 ବିଶ୍ବକପରେ ପାକିସ୍ତାନକୁ ହରାଇ ଟିମ୍ ଇଣ୍ଡିଆର ବଡ଼ ବିଜୟ । ୬୧ ରନରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ । ୧୭୬ ରନକୁ ପିଛା କରି ୧୧୪ ରନରେ ପାକିସ୍ତାନ ଅଲଆଉଟ୍ । ହାର୍ଦ୍ଦିକ, ବୁମରା, ଅକ୍ଷର ଓ ବରୁଣ ନେଲେ  ୨ଟି ଲେଖାଏଁ ୱିକେଟ୍ ।ଭାରତ ୭ୱିକେଟ୍ ହରାଇ ୧୭୫ ରନ୍ କରିଥିଲା । ୧୭୬ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନ ଆରମ୍ଭରୁ ହିଁ ଝଟକା ପରେ ଝଟକା ଖାଇଥିଲେ । ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ପାକିସ୍ତାନ ବ୍ୟାଟସମ୍ୟାନ । ଇଶାନ କିଷାନ୍ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।  ପାକିସ୍ତାନକୁ ହରାଇବା ସହିତ ସୁପର୍ ୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଏଥିସହିତ ତିନୋଟି ଜାକ ମ୍ୟାଚ୍ ଜିତି ଗ୍ରୁପ୍ Aର ଶୀର୍ଷରେ ରହିଛି ଭାରତ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଆଗରେ ୧୭୬ ରନର ବିଜୟ ଲକ୍ଷ୍ୟ ରଖିଥିଲା, ଟିମ୍ ଇଣ୍ଡିଆ । ପ୍ରଥମ ଓଭରରେ ଅଭିଷେକ ଶର୍ମା ଆଉଟ୍ ହୋଇଥିଲେ ମଧ୍ୟ ଦୁର୍ଦ୍ଧର୍ଷ ବ୍ୟାଟିଂ କରିଥିଲେ ଇଶାନ କିଷନ । ୪୦ଟି ବଲ୍ ଖେଳି କରିଥିଲେ ୭୭ ରନ । ମାରିଥିଲେ ୧୦ ଚୌକା ଓ ୩ ବିଶାଳ ଛକା । ପରେ ପରେ ତିଳକ ବର୍ମା ୨୫ ଓ କ୍ୟାପଟେନ୍ ସୂର୍ଯ୍ୟକୁମାର ୩୨ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଶୂନ ରନରେ ଆଉଟ୍ ହୋଇଥିବାବେଲେ, ଶେଷ ଆଡ଼କୁ ପାକିସ୍ତାନ ବୋଲରଙ୍କୁ ଧୁଲେଇ କରିଥିଲେ ଶିବମ ଦୁବେ । ଦୁବେ ୧୭ ବଲ୍ ଖେଳି ୨୭ ରନ କରିଥିଲେ । ରିଙ୍କୁ ସିଂ ମାତ୍ର ୪ଟି ବଲ୍ ଖେଳି ୧୧ ରନ କରିଥିଲେ ।

Related Articles

Back to top button