
ଭୁବନେଶ୍ୱର,ଘରକୁ ଫେରାଇ ଆଣିବା ପାଇଁ, ଓଡ଼ିଆ ଶ୍ରମିକ, ଓଡି଼ଶା ସରକାରଙ୍କୁ କରିଛନ୍ତି ନିବେଦନ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଓ ଭଦ୍ରକ ଚାନ୍ଦବାଲି ଅଂଚଳର ୬ ଜଣ ଯୁବକ ଅଗଷ୍ଟ ମାସରେ ଏକ ପ୍ଲାଏଉଡ଼ କମ୍ପାନୀରେ, କାମ କରିବା ପାଇଁ ଥାଇଲାଣ୍ଡ ଯାଇଥିଲେ। ସେମାନେ ପାଇସା ମାଗିଲେ ମାଲିକ ,ଧମକ ଦେଉଥିବା କହିଛନ୍ତି। ଏଥିସହ ସେମାନେ ରହୁଥିବା ମେସରେ ୪ ଦିନ ହେବ ମାଲିକ ରୋଷେଇ ବନ୍ଦ କରି ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି।ଫଳରେ ଭୋକ ଉପାସରେ ଶ୍ରମିକମାନେ ଜୀବନ କାଟୁଛନ୍ତି। ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରମିକମାନେ, ଓଡିଶା ସରକାରଙ୍କୁ ନିବେଦନ କରିଛନ୍ତି।ହେଲେ ୪ ମାସ ହେବ ସେମାନଙ୍କୁ ସେଠାରେ ପାରିଶ୍ରମିକ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନେ ପାଇସା ମାଗିଲେ ମାଲିକ ଧମକ ଦେଉଥିବା କହିଛନ୍ତି।




