
ଭୁବନେଶ୍ୱର,କ୍ରେଡିଟ୍ କାର୍ଡ ପେମେଣ୍ଟର ବ୍ୟବହାର, ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଏବେ କେବଳ ମେଟ୍ରୋ ସହରରେ, ସୀମିତ ରହିନାହିଁ । ଟିୟର-୨ ଓ ଟିୟର-୩ ସହରରେ ମଧ୍ୟ ଲୋକମାନେ ଦୈନନ୍ଦିନ ଖର୍ଚ୍ଚ, ଅନଲାଇନ୍ ଶପିଂ ଓ ବିଲ୍ ପେମେଣ୍ଟ ପାଇଁ ଏହାର ବ୍ୟବହାର କରୁଛନ୍ତି । ଏହି ପରିପ୍ରେକ୍ଷିରେ ୧ ଏପ୍ରିଲ ୨୦୨୬ରୁ କ୍ରେଡିଟ୍ କାର୍ଡ ସମ୍ପର୍କିତ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି, ଯାହା ସିଧାସଳଖ ଭାବରେ ଟ୍ୟାକ୍ସପେୟର ଓ କାର୍ଡ ୟୁଜର୍ସଙ୍କୁ ପ୍ରଭାବିତ କରିବ ।ଯଦି କେହି ଏକ ଆର୍ଥିକ ବର୍ଷରେ, ୧୦ ଲକ୍ଷ ଟଙ୍କାରୁ ଅଧିକ କ୍ରେଡିଟ୍ କାର୍ଡ ବିଲ୍ ଡିଜିଟାଲ୍ ମାଧ୍ୟମରେ ଦେଇଥାନ୍ତି, ତେବେ ସେଥିର ତଥ୍ୟ ଆୟକର ବିଭାଗକୁ ଦିଆଯିବ । ଏହା ସହିତ, ୧ ଲକ୍ଷ ଟଙ୍କା କିମ୍ବା ତା’ଠୁ ଅଧିକ ନକଦ ଦେୟ ହେଲେ, ମଧ୍ୟ ରିପୋର୍ଟିଂ ଅନିବାର୍ୟ ହେବ । ଏହା ଦ୍ୱାରା ଡକ୍ୟୁମେଣ୍ଟର ସଠିକତା ଓ ନୂତନତା ନିଶ୍ଚିତ କରାଯିବ । ଏବେ କ୍ରେଡିଟ୍ କାର୍ଡ ଜାରି କରିବା, ପୂର୍ବରୁ ପ୍ୟାନ୍ ଦେବା ଅନିବାର୍ୟ ହେବ । ଏହା ଦ୍ୱାରା ବଡ଼ ଆର୍ଥିକ ଲେଣଦେଣ ଉପରେ ନଜର ଆଉ ମଜବୁତ ହେବ ।ଏହା ସହିତ, ଟ୍ୟାକ୍ସ ଦେବା ପାଇଁ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ଓ ନେଟ୍ ବ୍ୟାଙ୍କିଂକୁ ଅଧିକୃତ ଡିଜିଟାଲ୍ ମାଧ୍ୟମ ଭାବେ ସ୍ୱୀକୃତି ମିଳିଛି । ଏହା ଟ୍ୟାକ୍ସ ଦେୟ ପ୍ରକ୍ରିୟାକୁ, ଆହୁରି ସହଜ ଓ ସୁବିଧାଜନକ କରିଦେବ ।କମ୍ପାନୀ ପକ୍ଷରୁ ଦିଆଯାଇଥିବା କ୍ରେଡିଟ୍ କାର୍ଡ ଉପରେ, ମଧ୍ୟ ନୂଆ ନିୟମ ଲାଗୁ ହେବ । ଯଦି କମ୍ପାନୀ କାର୍ଡର ଖର୍ଚ୍ଚ ଦେଉଛି, ତେବେ ଏହାକୁ କର୍ମଚାରୀଙ୍କ ଆୟର, ଅଂଶ ଭାବେ ଗଣାଯିବ ଓ ଟ୍ୟାକ୍ସ ଲାଗିପାରେ ।




