ଜାତୀୟମନୋରଞ୍ଜନ

ପ୍ୟାରିସ୍‌ ପରେ ଏବେ ଲଣ୍ଡନରେ ବୁଲୁଛନ୍ତି ହ୍ରିତିକ୍‌-ସବା, ଭିଡିଓ ଭାଇରାଲ୍‌

ମୁମ୍ବାଇ: ବଲିଉଡର ସୁପର ଡ୍ୟାସିଂ ତଥା ମୋଷ୍ଟ ହ୍ୟାଣ୍ଡସମ୍‌ ଅଭିନେତା ହ୍ରିତିକ ରୋଶନ ଏବଂ ସବା ଆଜାଦ ବର୍ତ୍ତମାନ ଏକାଠି ଛୁଟି କାଟୁଛନ୍ତି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ନିକଟରେ ସେ ଆହୁରି ଫଟୋ ପୋଷ୍ଟ କରିଛନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଦୁହେଁ ପ୍ୟାରିସ୍‌ରୁ ଯାଇ ଲଣ୍ଡନକୁ ଆସିଛନ୍ତି ।

 

View this post on Instagram

 

A post shared by Saba Azad (@sabazad)

ନିକଟରେ ସବା ଆଜାଦ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ଏବଂ ଗୋଟିଏ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ହ୍ରିତିକ ଏବଂ ସବାଙ୍କୁ ଲଣ୍ଡନରେ ଥିବା ସହ ଅନ୍ୟ ଏକ ଫଟୋରେ ଦୁହେଁ କ୍ଲବ ଭିତରେ ମଜା କରୁଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟ ସହିତ ସବା କ୍ୟାପସନରେ ଲେଖିଛନ୍ତି – Where the jazz cats at???? । କହିବାକୁ ଗଲେ ସବା ପୂର୍ବରୁ ପ୍ୟାରିସରୁ ଫଟୋ ସେୟାର କରିଥିଲେ। ଯେଉଁଥିରେ ସବା ଟେବୁଲ ଉପରେ ଏକ କଫି କପ୍ ସହ ନଜର ଆସିଥିଲେ। ଏହା ବ୍ୟତୀତ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ହ୍ରିତିକଙ୍କ ହାତ ଦେଖିବାକୁ ମିଳିଥିଲା ।

କୁହାଯାଉଛି ଯେ ହ୍ରିତିକ ଏବଂ ସବା ପରସ୍ପରକୁ ଡେଟ କରୁଛନ୍ତି, କିନ୍ତୁ ଅଫିସିଆଲି ଭାବରେ ଉଭୟେ ଏ ବିଷୟରେ କିଛି କହି ନାହାଁନ୍ତି। କିନ୍ତୁ ଦୁହିଁଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିବାବେଳେ ସୋସିଆଲ ମିଡିଆରେ ଉଭୟ ପରସ୍ପରର ଫଟୋ ଏବଂ ଭିଡିଓ ଉପରେ କମେଣ୍ଟ ଜାରି ରଖିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com