ଓଡ଼ିଶାଦୁର୍ଘଟଣା

ଧଉଳି ଲିଙ୍ଗିପୁର ସୁପରମାର୍ଟରେ ଭୟାବହ ଅଗ୍ନିକାଣ୍ଡ

ରାତିରୁ ଜଳୁଛି ସୁପରମାର୍ଟ

ଭୁବନେଶ୍ୱର,୨୪/୦୪/୨୦୨୬: ରାଜଧାନୀ ଭୁବନେଶ୍ୱରର ଉପକଣ୍ଠ ଲିଙ୍ଗିପୁର ଅଞ୍ଚଳରେ ଥିବା ସୁପରମାର୍ଟରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଗତ ସୋମବାର ରାତି ପ୍ରାୟ ୧୦ଟା ସମୟରୁ ଆରମ୍ଭ ହୋଇଥିବା ଏହି ନିଆଁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ମଧ୍ୟ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିପାରି ନାହିଁ।

ଖବର ଅନୁସାରେ, ସୋମବାର ରାତି ପ୍ରାୟ ୧୦ଟାରୁ ସୁପରମାର୍ଟର ୩ୟ ମହଲାରେ ନିଆଁ ଲାଗିଛି । ଦୀର୍ଘ ଘଣ୍ଟା ପରେ ବି ହୁତୁ ହୁତୁ ହୋଇ ଜଳୁଛି ନିଆଁ । ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ନାକେଦମ୍ ହୋଇ ସାରିଛି। ୨ ଶହ ଫୁଟ ଉଚ୍ଚତାକୁ ଯାଇ ନିଆଁ ଲିଭାଇବାର କ୍ଷମତା ରଖୁଥିବା ହାଇଡ୍ରୋଲିକ୍ ପ୍ଲାଟଫର୍ମ ଲାଗିଥିଲେ ମଧ୍ୟ ସମ୍ଭବପର ହୋଇପାରୁ ନାହିଁ । ପୁରା ଅଞ୍ଚଳରେ କାଲି ରାତିରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଛି । ନିଆଁ ବ୍ୟାପିବାର ଆଶଙ୍କା ରହିଥିବା କାରଣରୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Related Articles

Back to top button