ଅନ୍ୟାନ୍ୟଜାତୀୟ

ମାଲେସିଆରେ ସୋମବାର ଶକ୍ତିଶାଳୀ ଭୂମିକମ୍ପ

ଭୁବନେଶ୍ୱର ,ସୋମବାର ମାଲେସିଆରେ, ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି।

ମାଲେସିଆର ସବାହ୍‌ ପ୍ରଦେଶ ରାଜଧାନୀ କୋଟାର କିନାବାଲୁ ସହରର ୧୦୦ କିମି ଦୂର ଭୂପୃଷ୍ଠରୁ ୬୧ କିମି ଗଭୀରରେ ଏହି ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି।

ଭୂମିକମ୍ପର ଝଟ୍‌କା ଫିଲିପାଇନ୍ସ ଓ ବ୍ରୁନେଇରେ ମଧ୍ୟ ଅନୁଭୂତ ହୋଇଛି।

ତେବେ ୧୦ ସେକେଣ୍ଡ ଧରି ଚାଲିଥିବା ଏହି ଭୂମିକମ୍ପ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

୭.୧ ତୀବ୍ରତା ଭୂମିକମ୍ପ ସତ୍ତ୍ବେ ସୁନାମି ଚେତାବନୀ ଜାରି କରାଯାଇନାହିଁ।

୨୦୧୫ ପରେ ମାଲେସିଆରେ ଏହା ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ବୋଲି କୁହାଯାଇଛି।

ଏଥିଯୋଗୁଁ ଧନଜୀବନର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ହସ୍ତଗତ ହୋଇନାହିଁ।

Related Articles

Back to top button