
ଭୁବନେଶ୍ୱର ,ଆଜି ଓ ଆସନ୍ତାକାଲି ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଜି ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି, ବରଗଡ଼ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟର ଏହି ୪ ଜିଲ୍ଲାରୁ ଆସିଛି ପ୍ରବଳ ବର୍ଷାର ଖବର। ସୋମବାର କେଉଁଠି ପବନ ସହ କୁଆପଥର ମାଡ଼ ତ ଆଉ କେଉଁଠି ନିର୍ଧୁମ୍ କାଚିଛି ବର୍ଷା। ହଠାତ ପବନ ବହିବା ସହ ଦୀର୍ଘ ସମୟ ଧରି ବର୍ଷା ଛେଚିବା ସହ କୁଆପଥର ମାଡ଼ ହୋଇଛି। କୋରପୁଟ ଜିଲ୍ଲାର ପଟାଙ୍ଗି, ଗାଙ୍ଗରାଜପୁର, ଶୁଙ୍କି ଅଂଚଳରେ ପ୍ରବଳ ବର୍ଷା ହୋଇଛି।ସେହିପରି ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ କୁଆ ପଛର ମାଡ଼ ସହ ପ୍ରବଳ ବର୍ଷା ଏବଂ ପବନ ବହିଛି। ବିଶେଷ କରି ସିଂଘିଯୁବା, ଜାମପାଲି, ବଲାରଙ୍ଗା, ଦେଣ୍ଡୁପଦର, ସରଗୁଣା, ସିନ୍ଦୁରପୁର, ଖଇରମାଲ ଆଦି ଅଞ୍ଚଳରେ ହଠାତ ଆକାଶ ମେଘାଛନ୍ନ ହେବା ତୁହାକୁତୁହା ବର୍ଷା ଲାଗି ରହିଥିଲା। ଫଳରେ କିଛି ଅଞ୍ଚଳରେ ପ୍ରଭାବିତ ହୋଇଛି ଫସଲ ଅମଳ। ସେପଟେ ଆଜିଠୁ ଦୁଇ ଦିନ ରାଜ୍ୟରେ ଝଡ଼ବର୍ଷା ।




