ଦୁର୍ନୀତିରାଜନୀତି

ଉଛେଦ ହେଲା ଜବର ଦଖଲରେ ଥିବା ଫାର୍ମ ହାଉସ

ଭୁବନେଶ୍ୱର , ଉଛେଦ ହେଲା ଜବର ଦଖଲରେ ଥିବା, ପ୍ରଣବ ବଳବନ୍ତରାୟଙ୍କ ପାଚେରୀ। ଫାର୍ମ ହାଉସ ଜମି। ଫାର୍ମ ହାଉସ ନିକଟରେ ପୁଲିସ୍ ଓ ପ୍ରଶାସନ ପହଞ୍ଚି ଉଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସୂଚନଯୋଗ୍ୟ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଡ଼ ମଧୂପୁର ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କ ଫାର୍ମ ହାଉସ ରହିଛି। ଯେଉଁ ଫାର୍ମ ହାଉସ ପାଚେରୀ ମଧ୍ୟରେ ସରକାରୀ ଜମି ରହିଥିବା ଅଭିଯୋଗ ହୋଇଥିଲା। ତଦନ୍ତ ପରେ ତଳଗଡ ରାଜସ୍ଵ ନୀରିକ୍ଷକ ଉକ୍ତ ଫାର୍ମ ହାଉସ ଭିତରେ ୧ ଏକର ୧୦ ଡିସିମିଲ ଜାଗା ରହିଥିବା ରିପୋର୍ଟ କରିବା ପରେ ଜାଗା ଉଛେଦ ହେବ ବୋଲି ଜଣା ପଡିଥିଲା।ଧର୍ମଶାଳା ତହସିଲ ପକ୍ଷରୁ ଦୁଇ ଦିନ ଧରି ଉକ୍ତ ଜାଗା ମାପ ଚୁପ ହେବା ପରେ ପ୍ରଣବ ଙ୍କ ଦଖଲରେ ନଥିବା ୧ ଏକର ୨୭ ଡ଼ିସିମିଲ ଜାଗା ଚିହ୍ନଟ କରାଇଥିବା ବେଳେ ତାଙ୍କ ଦଖଲରେ ଥିବା ୧ ଏକର ୧୦ ଡ଼ିସିମିଲ ଉଛେଦ ପାଇଁ ଆଇନ ଗତ ବ୍ୟବସ୍ଥା କରାଯାଇଛି। ଆଜି ଉକ୍ତ ଜବର ଦଖଲ ଉଛେଦ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

Related Articles

Back to top button