ଜାତୀୟବାଣିଜ୍ୟବିଜ୍ଞାନ ଓ ପ୍ରଯୁକ୍ତି
ଡ୍ରୋନ୍ ଦ୍ୱାରା ଉଡ଼ି ଆସି ପହଞ୍ଚିବ ଆବଶ୍ୟକୀୟ ସାମଗ୍ରୀ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଟେକ୍ନୋଲୋଜିରେ ଆଗକୁ ବଢ଼ୁଛି ଭାରତ । ବିଶ୍ଵର ସର୍ବବୃହତ A.I. ସମ୍ମିଳନୀ ଭାରତରେ ଅନୁଷ୍ଠିତ ଅଧିକ ହାଇଟେକ୍ ହେବାରେ ଲାଗିଛି ବିଭିନ୍ନ ସହର । ଏବେ ଆଉ ଡେଲିଭରି ପାଇଁ କେଉଁଆଡ଼କୁ ଯିବାକୁ ପଡିବନି । ଆଦେଶ ମାତ୍ରକେ ଡ୍ରୋନ ଏବଂ A.I. ରୋବୋଟ୍ ମାଧ୍ୟମରେ ଘରେ ପହଞ୍ଚିବ ସାମଗ୍ରୀ ।
ରାଜଧାନୀ ଦିଲ୍ଲୀ ପରେ ‘ଡୋର ଟୁ ଡୋର’ ଡେଲିଭରି ପାଇଁ ଅତ୍ୟାଧୁନିକ ଡ୍ରୋନ୍ ଓ A.I. ରୋବଟର ବ୍ୟବହାର ଆରମ୍ଭ ହୋଇଛି । ଗୁରୁଗ୍ରାମ ସ୍ଥିତ ଡ୍ରୋନ୍ ଡେଲିଭରି କମ୍ପାନୀ ‘ସ୍କାଏ ଏୟାର’ ଏହି ସେବା ପ୍ରଥମେ ଆରମ୍ଭ କରିଛି । ଏହି ସିଷ୍ଟମ ସାହାଯ୍ୟରେ ରୋବୋଟ୍ କୌଣସି ମାନବ ସାହାଯ୍ୟ ବିନା ଘରକୁ ସାମଗ୍ରୀ ପହଞ୍ଚାଇବ। ଆମେରିକୀୟ କମ୍ପାନୀ ଆରାଇଭ୍ A.I. ଓ ଅଟୋନୋମି ସହିତ ସହଭାଗୀତାରେ ସ୍କାଏ ଏୟାର କାର୍ଯ୍ୟ କରୁଛି ।




