ଜାତୀୟରାଜନୀତି

ମୌସୁମୀ ଅଧିବେଶନରୁ ୪ କଂଗ୍ରେସ ସାଂସଦ ନିଲମ୍ବିତ

ଗୃହରେ ହଙ୍ଗାମା ଯୋଗୁ ୪ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ବେଆଇନ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ୪ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ସାଂସଦମାନେ ହେଲେ- ମଣିକମ ଟାଗୋର, ରମ୍ୟା ହରିଦାସ,ଜ୍ୟୋତିମଣି ଏବଂ ଟିଏନ୍‌ ପ୍ରଥପନ। ଦେଶରେ ବଢ଼ୁଥିବା ମହଙ୍ଗା ସ୍ଥିତିକୁ ବିରୋଧ କରି ସାଂସଦମାନେ ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ସଂସଦ ଗୃହ ଭିତରେ ପ୍ଲାକାର୍ଡ ଓ ବ୍ୟାନର ଧରି ବିରୋଧ କରିବା ସହ ନାରାବାଜୀ କରିଥିଲେ। ଫଳରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ବିରୋଧୀଙ୍କ ବିରୋଧ ତେଜିବାରୁ ଏହି ସାଂସଦମାନଙ୍କୁ ପୂରା ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି। ଫଳରେ ସାଂସଦମାନେ ଚଳିତ ମୌସୁମୀ ଅଧିବେସନରେ ଆଉ ଯୋଗ ଦେଇପାରିବେ ନାହିଁ। ତେବେ ନିଲମ୍ବିତ ପୂର୍ବରୁ କଂଗ୍ରେସର ଏହି ନେତମାନଙ୍କୁ ଚେତାବନୀ ଦେଇଥିଲେ ବାଚସ୍ପିତ ଓମ ବିର୍ଲା। ସବୁ ବିରୋଧ ପ୍ରଦର୍ଶନ ଗୃହ ବାହାରେ କରିବାକୁ ବାଚସ୍ପତି ପରାମର୍ଶ ଦେଇଥିଲେ। ଏହା ସତ୍ତ୍ୱେ ସାଂସଦମାନେ ଗୃହରେ ହଟ୍ଟୋଗଳ କରିବାକୁ ସେମାନଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ବାଚସ୍ପତି ତାଗିଦ ସତ୍ତ୍ୱେବି ବିରୋଧ ନଥମିବାରୁ ଆଜି ପାଇଁ ଦୃହକୁ ସ୍ଥଗିତ ରଖାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com