ଓଡ଼ିଶାଦୁର୍ଘଟଣା

ଜାତୀୟ ରାଜପଥ ଅବରୋଧ ଯୋଗୁ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି।

ଭୁବନେଶ୍ୱର ,ଗତକାଲି ବର୍ଷା ପବନରେ ହୋର୍ଡିଂ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।

ମୃତକ ଦୁଇ ଜଣ ହେଲେ ସୁରେନ୍ଦ୍ର ଗୌଡ଼ ଓ ସଚିଦାନନ୍ଦ ପ୍ରଧାନ।

ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ପାଖରେ ଥିବା ହୋର୍ଡିଂ ବର୍ଷା ପବନରେ ଖସି ପଡ଼ିଥିଲା।

ତଳେ ଥିବା ଦୋକାନରେ ଠିଆ ହୋଇଥିବା ଲୋକଙ୍କ ଉପରେ ଖସି ପଡ଼ିଥିଲା।

ଆଇଗିଣିଆଠାରେ ଜାତୀୟ ରାଜପଥ ଅବରୋଧ କଲେ ପରିବାର ଓ ସ୍ଥାନୀୟ ବାସିନ୍ଦା।

ଜାତୀୟ ରାଜପଥ ଅବରୋଧ ଯୋଗୁ ଉଭୟ ପଟେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି।

ଖଣ୍ଡଗିରି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Related Articles

Back to top button