ଓଡ଼ିଶା

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ବରପାଲି, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ବରଗଡ:  ମହାନ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଚଳଚଞ୍ଚଳ ବରଗଡ଼ ଜିଲ୍ଲା ବରପାଲି ସହର । ୧୪୫ ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଳନ ପାଇଁ ଶେଷ ପର୍ଯ୍ୟାୟରେ ଚାଲିଛି ପ୍ରସ୍ତୁତି କାମ । ୨ବର୍ଷ ଧରି ମହାମାରୀ କରୋନା ଯୋଗୁ ଯାତ୍ରା ମହୋତ୍ସବରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିଲା । ମହମାରୀ ହଟିଲା ପରେ ଶୀତଳ ଷଷ୍ଠୀ ଯାତ୍ରା ଦେଖିବାକୁ ଏବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହେବ । ତେଣୁ ଶୀତଳ ଷଷ୍ଠୀ ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ମହିଳାଙ୍କ ପାଇଁ ଟଏଲେଟ, ପାନୀୟଜଳ, ବିଜୁଳି, ବିଶ୍ରାମଗୃହ ଭଳି ସୁବିଧା କରାଯାଇଛି । ମେ ୩୧ରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ ଶୀତଳ ଷଷ୍ଠୀ ଯାତ୍ରାରେ ୩୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର କରାଯାଇଥିବା ବେଳେ ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ମଣିପୁର, ଦକ୍ଷିଣ ଭାରତ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨ହଜାର କଳାକାରମାନଙ୍କ ମହାମିଳନ ହେବ ।

-ନବବଧୁ ପରି ସଜେଇ ହେଉଛି ବରଗଡ଼ ଜିଲ୍ଲା ବରପାଲି ସହର । ୧୪୫ତମ ବାବା କପିଲେଶ୍ବର ଓ ଜଗତ ଜନନୀ ମାତା ପାର୍ବତୀଙ୍କ ବିବାହ ମହୋତ୍ସବ ଏବଂ ଶୀତଳ ଷଷ୍ଠୀ ଯାତ୍ରାକୁ ସଫଳ କରିବା ପାଇଁ ଯାତ୍ରା କମିଟି ଜୋରସୋରରେ ପ୍ରସ୍ତୁତି କାମରେ ଲାଗିପଡ଼ିଛନ୍ତି । ମାତା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ନିଜକୁ ସୌଭାଗ୍ୟ ମନେ କରିଛନ୍ତି ବରପାଲି ଜଗନ୍ନାଥ ନଗରର କନ୍ୟାପିତା ମଳୟ ତ୍ରିପାଠୀ ଓ ସବିତା ତ୍ରିପାଠୀ । ମାତା ପାର୍ବତୀଙ୍କ ବିବାହ ମହୋତ୍ସବ ପାଇଁ ସୁନା ଓ ରୂପା ଅଳଙ୍କାର ସହ ପାଟଶାଢ଼ୀ, ବାସନକୁସନ ଭଳି ବିଭିନ୍ନ ସାମଗ୍ରୀ ଯୋଗାଡ଼ରେ ଲାଗିପଡ଼ିଛନ୍ତି କନ୍ୟାପିତା ମାତା ଓ ସାରା ପରିବାର । ମେ ୩୧ରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ ବରପାଲି ଜଗନ୍ନାଥ ନଗର ୭ଦିନ ଧରି ପାଳଟିଯିବ ହିମାଦ୍ରୀନଗର । ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ମହୋତ୍ସବକୁ ସଫଳ କରିବା ପାଇଁ ସୁନ୍ଦର ପୂଜା ମଣ୍ଡପ ସହ ଚାଲିଛି ବିଭିନ୍ନ ପ୍ରକାରର ପ୍ରସ୍ତୁତି କାମ । ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ଶେଷ ହୋଇଥିବା ବେଳେ ବାବା କପିଲେଶ୍ବର ଓ ମାତା ପାର୍ବୀତଙ୍କୁ ଯୁଗଳ ମୁର୍ତ୍ତୀ ରୂପ ଦର୍ଶନ କରିବାକୁ ଅପେକ୍ଷା କରିଛନ୍ତି ଭକ୍ତ, ଶ୍ରଦ୍ଧାଳୁ ଓ କନ୍ୟା ପିତାମାତା ।

ମହାନ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଚଳଚଞ୍ଚଳ ବରଗଡ଼ ଜିଲ୍ଲା ବରପାଲି ସହର । ମହାମାରୀ ହଟିଲା ପରେ ଶୀତଳ ଷଷ୍ଠୀ ଯାତ୍ରା ଦେଖିବାକୁ ଏବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହେବ । ତେଣୁ ଶୀତଳ ଷଷ୍ଠୀ ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ମହିଳାଙ୍କ ପାଇଁ ଟଏଲେଟ, ପାନୀୟଜଳ, ବିଜୁଳି, ବିଶ୍ରାମଗୃହ ଭଳି ସୁବିଧା କରାଯାଇଛି । ୭ ଦିନ ଧରି ଶୀତଳ ଷଷ୍ଠୀ ଯାତ୍ରାରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର କରାଯାଇଥିବା ବେଳେ ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ମଣିପୁର, ଦକ୍ଷିଣ ଭାରତ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨ ହଜାର କଳାକାର ଲୋକଗୀତ ଓ ନାଚ ପ୍ରଦର୍ଶିତ କରିବେ । ସେହିପରି ବରପାଲି ଶୀତଳ ଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଦେବ ଦେବ ମହାଦେବଙ୍କ ପରଭା । ବରପାଲି ସହରର ନବୀନ ନାରାୟଣ ସାହୁ ତିନି ପିଢ଼ି ଧରି ବିନା ପାରିତୋଷିକରେ ବାବା କପିଳେଶ୍ବରଙ୍କ ବଡ଼ ପରଭା ବରାତ ପରଭା, ଭୈରୋ ବାବାଙ୍କ ପରଭା, ପାଳିଙ୍କି ଭଳି ବିଭିନ୍ନ ପରଭା ତିଆରି କରି ଆସୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com