
ଭୁବନେଶ୍ୱର ,ହାଇବ୍ରିଡ୍ ଆନୁଇଟି ମୋଡ୍ ରେ, ୩ଟି ପ୍ୟାକେଜର ଟେଣ୍ଡର ଚୂଡ଼ାନ୍ତ ହୋଇଛି। ୩ଟି ଯାକ ପ୍ୟାକେଜ ପାଇଁ ୩ଟି ନିର୍ମାଣକାରୀ ସଂସ୍ଥା ଚୟନ ହୋଇଛନ୍ତି।
ଖୋର୍ଦ୍ଧା ରାମେଶ୍ବର-ବିଲିପଦା,ଗୋବିନ୍ଦପୁର-କଟକ ଟାଙ୍ଗୀକୁ ସଂଯୋଗ କରିବ କ୍ୟାପିଟାଲ ରିଜନ ରିଙ୍ଗରୋଡ୍।ଆଗେଇବ କ୍ୟାପିଟାଲ ରିଜନ ରିଂ ରୋଡ୍ ପ୍ରକଳ୍ପ ।
କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟ ତରଫରୁ କ୍ଲିୟରାନ୍ସ ପ୍ରଦାନ କରାଯାଇଥିଲା । ସେହିପରି ଜାତୀୟ ରାଜପଥ ୧୬ରେ ସୁରକ୍ଷା ଏବଂ ରାସ୍ତାରେ ଦୃଶ୍ୟମାନତା ବୃଦ୍ଧି କରିବା ପାଇଁ ଆଧୁନିକ ସାଇନବୋର୍ଡ, ରୋଡ୍ ଷ୍ଟଡ୍, ଫ୍ଲେକ୍ସିବଲ୍, ରୋଡ ମାର୍କର ଏବଂ ହାଇମାଷ୍ଟ ଲାଇଟ୍ ସ୍ଥାପନ କରାଯିବ।
NH-16 କୁ ଅପଗ୍ରେଡ୍ କରିବା ପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।ପ୍ରତ୍ୟେକ ଫେଜ ପାଇଁ ୧୫ ଶହ କୋଟି ଖର୍ଚ୍ଚ ହେବ। ଏହି କାମ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ସଡ଼କ ନିର୍ମାଣ ହେଲେ, କଟକ-ଭୁବନେଶ୍ୱର ସହର ମଧ୍ୟରେ ଟ୍ରାଫିକ ଭିଡ଼ କମିବା ସହ ଜାତୀୟ ରାଜପଥ ୧୬ରେ ଭିଡ଼ ନିୟନ୍ତ୍ରୀତ ହେବ। ଏହି ପ୍ରକଳ୍ପର ତିନୋଟି ଯାକ ପ୍ୟାକେଜର ଫାଇନାନ୍ସ ବିଡ୍ ଖୋଲିସାରିଛି।




