
ଭୁବନେଶ୍ୱର ,ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ,ରାଜ୍ୟରେ ଅଣ୍ଟା ଭିଡ଼ିଛି ଶିଳ୍ପ ବିଭାଗ। ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବିଭାଗୀୟ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଛନ୍ତି। ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଇଡକୋ ଏବଂ ଇପିକଲର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।,ରାଜ୍ୟରେ ବିଜେପି ସରକାରକୁ ୨ ବର୍ଷ ପୂର୍ତ୍ତି ତଥା ଜୁନ୍ ୨୦୨୬ ସୁଦ୍ଧା ୩ ଲକ୍ଷ କୋଟିରୁ, ଅଧିକ ପୁଞ୍ଜିନିବେଶର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ସେ ଶିଳ୍ପ ବିଭାଗକୁ ଟାର୍ଗେଟ୍ ଦେଇଛନ୍ତି।ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପାୟନ ହିଁ ରାଜ୍ୟର ଅର୍ଥନୈତିକ ପ୍ରଗତିର ମୂଳଦୁଆ। SLSWCA ଏବଂ HLCA ଦ୍ୱାରା ମୋଟ ୩୯୪ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।ଏଥିରେ ମୋଟ ୮.୧୫ ଲକ୍ଷ କୋଟି ଟଙ୍କା ନିବେଶ ହେଉଥିବା ବେଳେ, ୫ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ୨.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶରେ ୧୦୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କିମ୍ବା ଉଦଘାଟନ ସରିଛି, ଯାହା ମାଧ୍ୟମରେ ପ୍ରାୟ ୧.୭୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି।ସମସ୍ତ ବିଭାଗୀୟ ଅଧିକାରୀ ଏକ ଟିମ୍ ହୋଇ ଏବଂ ସମୟବଦ୍ଧ ଭାବେ କାର୍ଯ୍ୟ କରି ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାକୁ, ଏଥିରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି।




