
ଭୁବନେଶ୍ୱର,୨୭/୦୨/୨୦୨୬: ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କୁ ନେଇ ଦୀର୍ଘ ଦିନରୁ ଚାଲିଥିବା ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ରାଜସ୍ଥାନର ଉଦୟପୁର ଠାରେ ଏହି ଷ୍ଟାର୍ ଦମ୍ପତି ଦକ୍ଷିଣ ଭାରତୀୟ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁଭ ମୁହୂର୍ତ୍ତ ଅନୁସାରେ, ସକାଳ ୮ଟାରେ ସେମାନେ ତେଲୁଗୁ ପରମ୍ପରାରେ ସାତଜନ୍ମର ସାଥୀ ହୋଇଥିବା ବେଳେ ଅପରାହ୍ନରେ କୋଡାଭା ରୀତିନୀତିରେ ଦ୍ୱିତୀୟ ପର୍ଯ୍ୟାୟ ବିବାହ କାର୍ଯ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି, ଯେଉଁଥିରେ ବିଜୟ ଓ ରଶ୍ମିକାଙ୍କ ବନ୍ଧୁମାନେ ବିବାହ ମଣ୍ଡପ ବାହାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମିଠା ବାଣ୍ଟି ଖୁସି ମନାଉଥିବାର ଦେଖାଯାଉଛି। ପ୍ରଶଂସକମାନେ ଏହି ବିବାହକୁ ନେଇ ଅନେକ ଦିନରୁ ଉତ୍ସାହିତ ଥିବା ବେଳେ ଶେଷରେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି। ସେମାନଙ୍କ ବିବାହ ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।




