
ଅନୁଗୁଳ,୨୭/୦୨/୨୦୨୬: ଓଡ଼ିଶାର ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରୁ ଆସିଛି ଏକ ଲଜ୍ଜାଜନକ ଖବର। ଜଣେ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଛି ଜଣେ ନରରାକ୍ଷସ। ଶାଗ ତୋଳିବାକୁ ଯାଇଥିବା ଝିଅ ଆଉ ଘରକୁ ଫେରିଲାନି, ଫେରିଲା ତା’ର ମୃତଦେହ। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଶୋକ ଖେଳାଇ ଦେଇଛି।
ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି (NTPC) ଥାନା ଅଞ୍ଚଳରେ। ଗତକାଲି ଅପରାହ୍ନରେ ଜଣେ ୧୩ ବର୍ଷୀୟା ନାବାଳିକା ନିଜ ବାଡ଼ି ପଛପଟକୁ ଶାଗ ତୋଳିବା ପାଇଁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ପତ୍ତା ନମିଳିବାରୁ ଶେଷରେ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଆଜି ସକାଳେ ଗାଁ ପାଖ ଏକ ଘାସ ବଣରୁ ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି।
ମୃତ ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ସେହି ଗ୍ରାମର ୨୨ ବର୍ଷୀୟ ବିବାହିତ ଯୁବକ ଆଶିଷ ନାଏକ ପୂର୍ବରୁ ଝିଅ ଉପରେ କୁଦୃଷ୍ଟି ରଖିଥିଲା। ଝିଅଟିକୁ ଏକୁଟିଆ ପାଇ ସେ ତାକୁ ଟେକି ନେଇଥିଲା ଏବଂ ଦୁଷ୍କର୍ମ କରିଥିଲା। ପରବର୍ତ୍ତୀ ସମୟରେ ନିଜ ପାପ ଲୁଚାଇବା ପାଇଁ ଏବଂ ଧରାପଡ଼ିଯିବା ଭୟରେ ସେ ନାବାଳିକାକୁ ଜୀବନରୁ ମାରିଦେଇଥିଲା।
ଖବର ପାଇ ଘଟଣାସ୍ଥଳରେ ଏନଟିପିସି ଥାନା ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ, ଏହା ଏକ ସ୍ପଷ୍ଟ ହତ୍ୟାକାଣ୍ଡ। ମୁଖ୍ୟ ଅଭିଯୁକ୍ତ ଆଶିଷ ନାଏକ ବର୍ତ୍ତମାନ ଫେରାର ଥିବା ବେଳେ, ପୁଲିସ ତା’ର ମା’ ଏବଂ ବଡ଼ ଭାଇଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରୁଛି ପୋଲିସ। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି




