
ମୋବାଇଲ ନ୍ୟୁଜ 24×7; ବିଜୁ ଜନତା ଦଳରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି । ଏ ନେଇ ବିଜ୍ଞପ୍ତି ଜାରି କରିଛି ବିଜେଡି ।

ଶନିବାର ବିଜେଡିର ରାଜସଭା ପ୍ରାର୍ଥୀ ଚୟନକୁ ବିରୋଧ କରି ସେ ମନ୍ତବ୍ୟ ଦେଇଥିଲେ । ପ୍ରଭାତଙ୍କ ପୁଅ ସୌଭିକ ବିଶ୍ୱାଳ ଏବେ କଟକ ଚୌଦ୍ୱାରରୁ ବିଜେଡି ବିଧାୟକ ରହିଛନ୍ତି ।




