“ମୋ ପରିବାର” ପାଇଲା ସେବା ରତ୍ନ ସମ୍ମାନ


ଖୋର୍ଦ୍ଧା/ଜଟଣୀ: ଜଟଣୀର ଅଗ୍ରଣୀ ସାମାଜିକ ସଂଗଠନ “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀଙ୍କ ନୀତି ନିୟମ ଓ ସଂସ୍କାର ପାଇଁ ସବୁବେଳେ ନିଆରା କାର୍ଯ୍ୟ ପାଇଁ ପ୍ରଶଂସା ହେବା ସହ ସମ୍ବର୍ଦ୍ଧିତ ହେଉଛନ୍ତି l ଯାଜପୁର ଜିଲାର ସାମାଜିକ ସଂଗଠନ କନକ ମହାବୀର ଆଶାର ଆଲୋକ ଫାଉଣ୍ଡେସନ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଧର୍ମଶାଳାର ଜାରକା ସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ ଆୟୋଜନ ହୋଇଥିଲା l ଫାଉଣ୍ଡେସନ୍ ଟ୍ରଷ୍ଟର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବରେ” ସେବା ରତ୍ନ ସମ୍ମାନ”ରେ ମୋ ପରିବାର କୁ ସମ୍ମାନୀତ କରାଯାଇଥିଲା l

“ମୋ ପରିବାର” ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ସମ୍ମାନ ଗ୍ରହଣ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ଟ୍ରଷ୍ଟର ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଗଣ ଉପସ୍ଥିତ ଥିଲେ l ସମାରୋହରେ ଓଡିଶାର ପ୍ରତିଷ୍ଠିତ ସମାଜସେବୀ ଓ ସାମାଜିକ ସଂଗଠନ ମାନଙ୍କୁ ସମ୍ମାନୀତ କରାଯାଇଥିଲା l ସମ୍ମାନ ଗ୍ରହଣ କରିବା ପରେ “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ l




